ଜଣେ ବ୍ୟକ୍ତିଙ୍କ ହତ୍ୟା ମାମଲାରେ ସବୁ ସାକ୍ଷୀ ପ୍ରମାଣର ଆଧାରରେ ଅଦାଲତ ମୃତକଙ୍କ ପତ୍ନୀ ଏବଂ ପତ୍ନୀର ପ୍ରେମିକକୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଶୁକ୍ରବାର ଦିନ କୋର୍ଟ ମୃତକଙ୍କ ୬ ବର୍ଷୀୟ ପୁତ୍ରର ବୟାନ ଏବଂ ଅନ୍ୟ ସାକ୍ଷୀ ର ଆଧାରରେ ପ୍ରେମିକ ପ୍ରେମିକାଙ୍କୁ ଆଜିବନ କାରାଦଣ୍ଡ ମିଳିଛି । ଏ ଦୁଇଜଣଙ୍କ ଉପରେ ଆରୋପ ଥିଲା କି ଏ ଦୁଇଜଣ ମିଶି ଜଣେ ବ୍ୟକ୍ତିଙ୍କୁ ମଦରେ ବିଷ ମିଶେଇ ପରେ ପିଆଇ ଦେଇଥିଲେ ଯାହାଫଳରେ ସେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏ ଆଉ କେହି ନୁହେଁ, ସ୍ତ୍ରୀ ର ଚୋରା ପୀରତିକୁ ସ୍ବାମୀ ବାରଣ କରିବା ଦ୍ବାରା ନିଜ ପ୍ରେମୀ ସହ ମିଶି ପ୍ରତିବନ୍ଧକ ସାଜୁଥିବା ସ୍ବାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟେଇ ଦେଇଥିଲେ ।
ଏ ଘଟଣା ହାପୁଡ଼୍ ଜିଲ୍ଲା ସମ୍ଭାବଳି ଥାନା କ୍ଷେତ୍ରର ଏକ ଗ୍ରାମର । ମିଳିଥିବା ସୂଚନା ଅନୁସାରେ, ବର୍ଷ ୨୦୧୪ ରେ ଘରେ ହିଁ ଅବରାର ନାମକ ଜଣେ ବ୍ୟକ୍ତିଙ୍କ ଶବ ମିଳିଥିଲା । ସେତେବେଳେ କୁହାଯାଇଥିଲା ଯେ ଘଟଣା ଦିନ ରାତିରେ ବ୍ୟକ୍ତି ପଡିଶା ଘରର ଆଉ ଜଣେ ଯୁବକ ସହିତ ବସି ମଦ ପିଉଥିଲା ତାପରେ ଶୋଇଥିଲା କିନ୍ତୁ ସକାଳେ ସେ ମୃତ ଅବସ୍ଥାରେ ମିଳିଲେ ।
ପୁଅ ଦେଲା ସାକ୍ଷୀ ତାପରେ ମିଳିଲା ଆଜିବନ କାରାବାସ:-
ଗୁରୁବାର ଦିନ ଅଦାଲତ ଶେଷରେ ପୁଅର ସାକ୍ଷୀ ଆଧାରରେ ଦୁଇଜଣଙ୍କୁ ଦୋଷୀ ପାଇଥିଲା । ଦୁଇ ଜଣଙ୍କୁ ୩୫-୩୫ ହଜାର ଟଙ୍କାର ଅର୍ଥଦଣ୍ଡ ବି ଭରିବାକୁ ପଡିବ ।
ସଜା ଶୁଣାଗଲା ପରେ ସ୍ତ୍ରୀଲୋକ ଜଣଙ୍କ କାନ୍ଦିବାକୁ ଲାଗିବାରୁ ତାଙ୍କ ପ୍ରେମୀ ତାଙ୍କୁ ସାନ୍ତ୍ଵନା ଦେଇ କହୁଥିଲେ- ମେରି ସେରନି ତୁ ରୋ ମତ ସଜା ହି ତୋ ହୁଇ ହେ, ହମ ହାଇକୋର୍ଟ ମେ ଅପିଲ୍ କରେଙ୍ଗେ । ସାଥ୍ ରହନା ହେ ଲମ୍ବି ଜୀନ୍ଦଗି ।

LEAVE A REPLY

Please enter your comment!
Please enter your name here