କଣ ସତରେ ଭୂତ-ପ୍ରେତ ଥାନ୍ତି !!?? ଆସନ୍ତୁ ଜାଣିବା କିଛି ଏହି ସମ୍ପର୍କରେ..

0
263

ପ୍ରାୟ ସମସ୍ତେ ଭୂତ-ପ୍ରେତକୁ ନେଇ କୌତୁହଳ ଜାତ ହୋଇଥାଏ, କିଏ ନାଁ ଶୁଣିଲେ ଡରିଥାନ୍ତି; ତ ଆଉ କିଏ ଏହା ଉପରେ ଆଧାରିତ ଫିଲ୍ମ, ସିରିଏଲ ଦେଖିଥାନ୍ତି ବା କାହାଣୀ ପଢ଼ିଥାନ୍ତି; ଏହାର ରହସ୍ୟ ବିଷୟରେ ଜାଣିବାକୁ ପ୍ରାୟ ସମସ୍ତଙ୍କ ଇଚ୍ଛା; ପ୍ରାୟ କେତେ ଜଣ କାଳ୍ପନିକ ଭାବେ ଭୂତ ୧୨ଟା ରାତି ପରେ ଆସେ, ଶୂନଶାନ ଜାଗାରେ, ଗଛରେ ଭୂତ-ପ୍ରେତ ରହିବାକୁ ଭଲ ପାଆନ୍ତି ବୋଲି ଧାରଣା ରହିଛି

କିନ୍ତୁ ହଁ, ସତରେ ଭୂତ ଅଛନ୍ତି; କିଛି ସତ ଘଟଣା ମଧ୍ୟ ଏହାକୁ ନେଇ ସାମ୍ନାକୁ ଆସିଛି; କ୍ୟାମେରାରେ ମଧ୍ୟ ଛାଇ ଆକାରରେ ଭୂତ ଦେଖିବାକୁ ମିଳିଛି; ତା ନେଇ କିଛି ଦିନ ତଳେ ଚର୍ଚ୍ଚା ଜୋର ଧରିଥିଲା; ପାରାନର୍ମାଲ ସାଇନ୍ସରେ ମଧ୍ୟ ଏହାର ପ୍ରମାଣ ରହିଛି ଯେ ଭୂତ-ପ୍ରେତର ସତ୍ତା ରହିଛି; ଏକ ପାଠ୍ୟକ୍ରମ ମଧ୍ୟ ଏ ନେଇ ପାରାନର୍ମାଲ ସାଇନ୍ସ ରହିଛି, ଯେଉଁଥିରେ ରିସର୍ଚ୍ଚରେ ଜଣାପଡିଛି ଯେ ଭୂତ-ପ୍ରେତ ଅଛନ୍ତି;

ପରମ୍ପରା ଅନୁଯାୟୀ ଯେଉଁମାନେ ଦୁର୍ଘଟଣା, ଆତ୍ମହତ୍ୟା, ହତ୍ୟା ବା ହିଂସା ଏଭଳି ସମୟରେ ଅକସ୍ମାତ ମରିଥାନ୍ତି; ସେମାନଙ୍କର ଆତ୍ମା ଅତୃପ୍ତ ହୋଇ ବୁଲିଥାନ୍ତି; ତାଙ୍କର ନିଜର ବି ଏକ ଦୁନିଆଁ ରହିଛି; ସେମାନେ ଅଶରୀରୀ ଥିବାରୁ ଦୃଶ୍ୟମାନ ହୁଅନ୍ତି ନାହିଁ; ଆମେ ଶାରୀରିକ ପ୍ରାଣୀ ଥିବାରୁ ତାଙ୍କୁ ଦେଖିବା ଆମ ପକ୍ଷରେ ସମ୍ଭବପର ହୋଇନଥାଏ; ଏମାନେ କେବଳ ଛାୟା ଭଳି ଆମକୁ ଅନୁଭବ ହୋଇଥାନ୍ତି; ଯେହେତୁ ସେମାନଙ୍କର ମୃତ୍ୟୁ ଅପ୍ରତ୍ୟାଶିତ ଭାବେ ହୋଇଥାଏ ବା କିଛି ଆଶା ଅପୂର୍ଣ୍ଣ ରହିଯାଇଥାଏ; ତେଣୁ ସେମାନଙ୍କ ଆତ୍ମା ପୃଥିବୀ ଓ ମୃତ୍ୟୁଲୋକ ମଝିରେ ଫସିଯାଇଥାଏ; ତେଣୁ ସେମାନେ ଅତୃପ୍ତ ହୋଇ ବିଚଳିତ ହୋଇ ଏଣେ ତେଣେ ଘୁରିଥାନ୍ତି; ସେମାନେ ମୁକ୍ତି ପାଇବା ପାଇଁ ମାର୍ଗ ଖୋଜିବୁଲିଥାନ୍ତି; ସେମାନଙ୍କର ଆତ୍ମାକୁ ଶାନ୍ତି କରିବା ପାଇଁ ଉପଯୁକ୍ତ ପୂଜା-ପାଠ, ହୋମ କରାଇବା ସହ ଦାନ-ଧର୍ମ କରାଇଲେ ଶାନ୍ତି ହୋଇଥାନ୍ତି

LEAVE A REPLY

Please enter your comment!
Please enter your name here