ସାରା ଦେଶ ମହାମାରୀ କରୋନା ତାର କାୟା ବିସ୍ତାର କରିଚାଲିଛି; ଏହି ସମୟରେ ଏକ ଚିନ୍ତାର ବିଷୟ ପୁଣି ଦେଖିବାକୁ ମିଳିଛି; ଦୁଇ ଜଣ କରୋନା ସଂକ୍ରମିତ ରୋଗୀ ଆରୋଗ୍ୟ ହୋଇ ଡିସଚାର୍ଜ ହୋଇଥିବା ବେଳେ ପୁନର୍ବାର ସେମାନେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି; ଡିସଚାର୍ଜର ୧୩ ଦିନ ପରେ, ଜଣେ ୩୩ ବର୍ଷ ବୟସ୍କା ମହିଳା ଏବଂ ୬୦ ବର୍ଷ ବୟସ୍କା ବୃଦ୍ଧ ପୁନର୍ବାର କରୋନା ପଜିଟିଭ୍ ଥିବା ଜଣାପଡିଛି; ଏହି ଘଟଣା ଜଣା ପଡିବା ପରେ ଗୁଜୁରାଟ ସ୍ୱାସ୍ଥ୍ୟ ବିଭାଗରେ ଆଲୋଡନ ସୃଷ୍ଟି ହୋଇଛି

ପାଟୋନ୍ ଜିଲ୍ଲାର ଏହି ରୋଗୀମାନଙ୍କୁ କରୋନା ପଜିଟିଭ୍ ମିଳିବା ପରେ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା; ମେଡିକାଲରେ ଟ୍ରିଟମେଣ୍ଟ ହୋଇ ସେମାନେ କରୋନାରୁ ମୁକ୍ତ ହୋଇଥିଲେ ହେଲେ ଏହା ପରେ ସେମାନଙ୍କୁ ୧୪ ଦିନ ପାଇଁ ଆଇସୋଲେସନ ରଖାଯାଇଥିଲା; ଏହି ସମୟ ଶେଷ ହେବାର ଠିକ ଗୋଟେ ଦିନ ପୂର୍ବରୁ ସେମାନଙ୍କର କରୋନା ପରୀକ୍ଷା କରାଯିବା ପରେ ସେମାନେ ପୁଣି ଥରେ କରୋନା ପଜଟିଭ ବାହାରିଥିଲେ; ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ଡକ୍ଟର ଜୟନ୍ତୀ ରବି କହିଛନ୍ତି , ‘ ମୁଁ ଜିଲ୍ଲାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ କଥା ହୋଇଛି ଏବଂ ଏହା ନିଶ୍ଚିତ ହୋଇଛି ଯେ ଏଭଳି ହେବାର ଏହା ରାଜ୍ୟର ପ୍ରଥମ ଦୁଇଟି ମାମଲା, ଆମେ ଚିକିତ୍ସା ଜାରି ରଖିଛୁ ଏବଂ ଏହାକୁ ରୋକିବା ପାଇଁ ଆମର ଦଳ ତତ୍ପର’

ଏଇ ଦୁଇଜଣ ରୋଗୀ ସୁସ୍ଥ ଥିବା ସହ ଏମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖା ଯାଇ ନଥିଲା; ପାଟନ ଜିଲ୍ଲା କଲେକ୍ଟର ଆନନ୍ଦ ପଟେଲ କହିଛନ୍ତି, ‘ଇନଷ୍ଟିଚ୍ୟୁସନାଲ କ୍ୱାରାଣ୍ଟିନରେ ରଖାଯାଇଥିବା ୭ ଜଣ ରୋଗୀଙ୍କ ମଧ୍ୟରୁ ଦୁଇଜଣ ପୁନର୍ବାର କରୋନା ପଜିଟିଭ୍ ଥିବା ଜଣାପଡିଛି; ଅବଶିଷ୍ଟ ପାଞ୍ଚଟି କେସ ନେଗେଟିଭ ଅଛି; ଏହି ପରିପ୍ରେକ୍ଷୀରେ ଅଧିକାରୀମାନେ ସ୍ଥିର କରିପାରିନାହାଁନ୍ତି କି ଏହି ଦୁଇଟିରେ କରୋନା ପୁନର୍ବାର ବିକଶିତ ହୋଇଛି ନା ସେମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ପୁଣି ଥରେ ଆସିଛନ୍ତି’

LEAVE A REPLY

Please enter your comment!
Please enter your name here