କରୋନା ଭାଇରସ ସହ ଲଢ଼ିବା ପାଇଁ ଭାରତ ସରକାର କିମ୍ବା ମହାରାଷ୍ଟ୍ର ସରକାରଙ୍କ ପରିବର୍ତ୍ତେ ୟୁନିସେଫ ଭଳି ଅନ୍ତରାଷ୍ଟ୍ରୀୟ ଏବଂ କିଛି ଘରୋଇ ସଂସ୍ଥାକୁ ସାହାଯ୍ୟ କରିବା କଥା କହିଛନ୍ତି ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନ ଓ ତାଙ୍କ ସ୍ତ୍ରୀ କରୀନା କପୁର ଖାନ; ଏ ନେଇ କରୀନା ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରି ସୂଚନା ଦେଇଛନ୍ତି

କରୀନା ଲେଖିଛନ୍ତି, “ଆମେ ଦୁଇଜଣ ‘ୟୁନିସେଫ, ଗିବ ଇଣ୍ଡିଆ ଏବଂ ଦ ଇଣ୍ଟରନାଶନାଲ ଆସୋସିଏସନ ଫର ହ୍ୟୁମାନ ଭଲ୍ୟୁଜ’କୁ ସାହାଯ୍ୟ କରିବାକୁ ସଂକଳ୍ପ ନେଇଛୁ”; ତେବେ କରୀନାଙ୍କ ଏହି ପୋଷ୍ଟ କିଛି ୟୁଜରଙ୍କୁ ପସନ୍ଦ ଆସିଥିବା ବେଳେ ଆଉ କିଛି ୟୁଜରଙ୍କୁ ଆଦୌ ପସନ୍ଦ ଆସିନି; କିନ୍ତୁ ଅଭିନେତ୍ରୀ ଜଣକ କେତେ ରାଶି ଦାନ କରିବେ, ସେ ନେଇ କୌଣସି ସୂଚନା ସେ ଦେଇନାହାନ୍ତି

LEAVE A REPLY

Please enter your comment!
Please enter your name here