ଚୀନର ଉହାନର ଆସିଥିବା କରୋନା ଭାଇରସ ୧୬ଟି ଦେଶରେ ପ୍ରବେଶ କରି ସାରିଛି; ଭାରତର କେରଳରେ ଚୀନରୁ ଫେରିଥିବା ଛାତ୍ରଙ୍କ ଶରୀରରେ ଏହି ଭାଇରସ୍‌ ଚିହ୍ନଟ ହେବା ପରେ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଛି
ଦ୍ରୁତଗତିରେ ବ୍ୟାପୁଥିବା କରୋନା ଭାଇରସକୁ ଡରି ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି; ସନ୍ନି ଏବେ ତାଙ୍କ ଫ୍ୟାନଙ୍କ ସହ ସେଲଫି ନେବେ ନାହିଁ ବୋଲି କହିଛନ୍ତି; ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ସ୍ୱାମୀ ଡାନିଏଲ୍‌ ୱେବରଙ୍କ ସହିତ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଛି
ସନ୍ନି ଲିଓନି ଏବେ ପ୍ରଯୋଜକ ଭାବେ ନୂଆ କାମ ଆରମ୍ଭ କରିଛନ୍ତି; ତେଣୁ ସେ ତାଙ୍କ ସ୍ୱାମୀ ଡାନିଏଲ୍‌ ୱେବରଙ୍କ ସହିତ ସିନେମା ସୁଟିଂରେ ବ୍ୟସ୍ତ ଅଛନ୍ତି; ସୁଟିଂ କାରଣରୁ ତାଙ୍କୁ ବାଧ୍ୟ ହୋଇ ଦେଶ ବାହାରକୁ ଯିବାକୁ ପଡ଼ୁଛି; ସନ୍ନି ସେମାନଙ୍କ ଫ୍ୟାନଙ୍କ ସହ ସେଲଫି ନେବାକୁ ବାରଣ କରନ୍ତି ନାହିଁ; କିନ୍ତୁ ଗତକାଲି ମୁମ୍ବାଇ ବିମାନବନ୍ଦରରେ ସେ କୌଣସି ଫ୍ୟାନଙ୍କ ସହିତ ଫଟୋ ଉଠାଇବା ଦେଖିବାକୁ ମିଳିନଥିଲା; ତାଙ୍କର ଫ୍ୟାନ ଯେମିତି ତାଙ୍କ ପାଖକୁ ଆସିଥିଲେ ସେ ମୁହଁରେ ମାସ୍କ ପିନ୍ଧି ଦେଇଥିଲେ; ସେ ଟ୍ୱିଟର ରେ ଏ ନେଇ କହିଥିଲେ ଯେ ‘ତାଙ୍କର କୌଣସି ଫ୍ୟାନଙ୍କୁ ଅସମ୍ମାନ କରିବା ତାଙ୍କର ଉଦ୍ଦେଶ୍ୟ ନାହିଁ, ସେ ତାଙ୍କର ସମସ୍ତ ଫ୍ୟାନଙ୍କୁ ଭଲ ପାଆନ୍ତି, କିନ୍ତୁ ଏବେ କରୋନା ଭାଇରସ୍‌ ଦ୍ରୁତଗତିରେ ବ୍ୟାପୁଥିବାରୁ ଡରରେ ସେ କୌଣସି ଫ୍ୟାନଙ୍କ ସହିତ ସେଲଫି ନେଇ ପାରୁନାହାନ୍ତି’

LEAVE A REPLY

Please enter your comment!
Please enter your name here