ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର କରୋନା ମହାମାରୀକୁ ନେଇ ସ୍ଥିତି ସମୀକ୍ଷା କରିଛନ୍ତି; ଏଥିସହ ଜୁଲାଇ ମାସରେ କରୋନା ମୁକାବିଲା ପାଇଁ ରୂପ ରେଖ କଣ ରହିବ ସେ ନେଇ ପରାମର୍ଶ ଦେଇଛନ୍ତି; ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ କରୋନା ମହାମାରୀ କୁ ନେଇ ୯ଟି ମନ୍ତ୍ର ପାଳନ କରିବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି; ଉକ୍ତ ୯ ମନ୍ତ୍ର ହେଉଛି …….

  • ସରକାରଙ୍କ ସବୁ ବିଭାଗ କରୋନା ଯୁଦ୍ଧରେ ସକ୍ରିୟ ରହିବେ

  • ହଟସ୍ପଟ ଅଞ୍ଚଳ ପାଇଁ ଜିଲାପାଳ ମାନେ ସ୍ବତନ୍ତ୍ର ପଦକ୍ଷେପ ନେବେ

  • କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ

  • ମାସ୍କ ନପିନ୍ଧିଲେ, ସାମଜିକ ଦୂରତା ନ ରଖିଲେ ଜିରୋ ଟଲରାନ୍ସ

  • ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସତର୍କତା ଅବଲମ୍ବନ କରିବେ

  • ସରକାରୀ କାର୍ଯ୍ୟାଳୟକୁ କରୋନାଠୁ ଦୂରେଇ ରଖିବାକୁ ପଦକ୍ଷେପ

  • ପଞ୍ଚାୟତ ଓ ଟିଏମସିରେ କୋଭିଡ କେୟାର ହୋମ ବ୍ୟବସ୍ଥା

  • ଗ୍ରାମାଞ୍ଚଳରେ କୋଭିଡ କେୟାର କମିଟି ଗଠନ କରାଯିବ

  • ଘରୋଇ ହସ୍ପିଟାଲ ଗୁଡିକ ସତର୍କତାମୂଳକ ପଦକ୍ଷେପ ନେବେ

LEAVE A REPLY

Please enter your comment!
Please enter your name here