ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନାର ଡ୍ୟୁଟି କରୁଥିବା ଡାକ୍ତର ଦମ୍ପତ୍ତି ଡାକ୍ତର ଇଶାନ ଓ ଡାକ୍ତର ରଶ୍ମୀ ବିବାହ ପରଠୁ କରୋନା ଯୋଦ୍ଧା ସାଜିଛନ୍ତି; ୪ ମାସ ପୂର୍ବରୁ ବାହାଘର ହୋଇଥିଲା; ଅନ୍ୟ ନବ ବିବାହିତ ଦମ୍ପତିଙ୍କ ପରି ସେମାନେ ମଧ୍ୟ କୁଆଡ଼େ ବାହାରେ ବୁଲାବୁଲି କରିବାକୁ ଯୋଜନା କରିବା ସହ କାମରୁ ବ୍ରେକ ନେଇ ପରସ୍ପର ସହିତ ସମୟ ବିତାଇବାକୁ ଚାହୁଁଥିଲେ; ସେହି ସମୟରେ କରୋନା ବିପତ୍ତି ସବୁ ଓଲଟ ପାଲଟ କରି ଦେଲା; ଦିଲ୍ଲୀର ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଡାକ୍ତର ଇଶାନ ଓ ଡାକ୍ତର ରଶ୍ମୀ କରୋନା ଯୁଦ୍ଧରେ ଯୋଦ୍ଧା ସାଜିଲେ; ଏହି ବିପଦପୂର୍ଣ୍ଣ ପରିସ୍ଥିତିରେ ଉଭୟ ନିଜର କର୍ତ୍ତବ୍ୟ ପାଳନ କରୁଛନ୍ତି
ଡାକ୍ତର ଇଶାନ ରୋହତଗୀ ଓ ଡାକ୍ତର ରଶ୍ମୀ ମିଶ୍ରା ଲୋକ ନାୟକ ଜୟପ୍ରକାଶ ଡାକ୍ତରଖାନା ମେଡିସନ୍‌ ଡିପାର୍ଟମେଣ୍ଟର ସିନିୟର ହୋଇଥିବାରୁ ଡାକ୍ତର ଦମ୍ପତ୍ତି କୋଭିଡ ୧୯ ରୋଗୀଙ୍କର ଚିକିତ୍ସା କରୁଛନ୍ତି; ଡାକ୍ତରଖାନାରେ ଇଶାନ ଓ ରଶ୍ମୀ ପରସ୍ପରଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ ବି କରୁଛନ୍ତି; ଡାକ୍ତରମାନେ ନିଜର ସୁରକ୍ଷା ପାଇଁ ପିପିଇ କିଟ୍‌ ପନ୍ଧିଥାନ୍ତି; ଏହି କାର୍ଯ୍ୟରେ ମଧ୍ୟ ଇଶାନ ଓ ରଶ୍ମୀ ପରସ୍ପରକୁ ସାହାଯ୍ୟ କରୁଛନ୍ତି

ଭାରତର ସବୁଠୁ ବଡ଼ କୋଭିଡ -୧୯ ଡାକ୍ତରଖାନାରେ କାମ କରୁଥିବାରୁ ରଶ୍ମୀ ଏବଂ ଇଶାନଙ୍କୁ କରୋନା ସଂକ୍ରମଣ ହେବାର ଆଶଙ୍କା ରହିଛି।ଯାହାଫଳରେ ସେମାନେ ଏବେ ପରିବାରଠାରୁ ଦୂରରେ ଏକ ଗେଷ୍ଟ ହାଉସରେ ରହୁଛନ୍ତି; ପରସ୍ପର ନିଜର ଡାଏଟ୍‌ ଓ ସ୍ୱାସ୍ଥ୍ୟ ପ୍ରତି ପୂର୍ବ ଅପେକ୍ଷା ଅଧିକ ଯତ୍ନବାନ ହୋଇଛନ୍ତି ବୋଲି ଡାକ୍ତର ଦମ୍ପତ୍ତି କହିଛନ୍ତି; କରୋନାକୁ ନେଇ ଡାକ୍ତର ଇଶାନ କହନ୍ତି ”ଯେତେବେଳେ ଡାକ୍ତରଖାନାରେ କୌଣସି ରୋଗୀଙ୍କର ମୃତ୍ୟୁ ହୋଇଯାଏ, ଏ କଥା ପରିବାର ଲୋକଙ୍କୁ ଜଣାଇବା ଭାରି ଜଟିଳ ହୋଇଥାଏ”

LEAVE A REPLY

Please enter your comment!
Please enter your name here