Home National କରୋନା ରୋଗୀ ସହ ଦୁଷ୍କର୍ମ କଲା ଆମ୍ବୁଲାନ୍ସ ଡ୍ରାଇଭର !!

କରୋନା ରୋଗୀ ସହ ଦୁଷ୍କର୍ମ କଲା ଆମ୍ବୁଲାନ୍ସ ଡ୍ରାଇଭର !!

0
9

ଶନିବାର ପଥାନମଥି ଜିଲ୍ଲାରେ ଘଟିଥିଲା ଏଭଳି ଘୃଣ୍ୟ ଘଟଣା; ଜଣେ ଆମ୍ବୁଲାନ୍ସ ଡ୍ରାଇଭର କରୋନା ରୋଗୀକୁ ଦୁଷ୍କର୍ମ କରିଚି; ପୋଲିସ ରିପୋର୍ଟ ଅନୁଯାୟୀ ଗୋଟିଏ ପରିବାରରୁ ଦୁଇଜଣ କରୋନା ସଂକ୍ରମିତ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନେବା ପାଇଁ ନିର୍ଦ୍ଦେଶ ମିଳିଥିଲା; କେରଳ ସରକାରଙ୍କ ନିର୍ଦ୍ଦେଶକ୍ରମେ ପରିବାରର ଅନ୍ୟ କୌଣସି ସଦସ୍ୟ କରୋନା ସଂକ୍ରମିତଙ୍କ ପାଖରେ ରହିବାକୁ ଅନୁମତି ମିଳିନଥିଲା
 ଦୁଇଜଣ ମହିଳାଙ୍କ ମଧ୍ୟରୁ ଜଣକୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା; ଅନ୍ୟଜଣଙ୍କୁ ମାତ୍ର ୪କିମି ଦୂରରେ ଥିବା ଆଉ ଏକ ହସ୍ପିଟାଲକୁ ନେବା ପାଇଁ କୁହାଯାଇଥିଲା; ତେବେ ଆମ୍ବୁଲାନ୍ସ ଡ୍ରାଇଭର ଜଣକ ସିଧାସଳଖ ବଦଳରେ ୧୮କିମି ଲମ୍ବା ବୁଲାଣିଆ ରାସ୍ତା ଦେଇ ଗାଡି ଗଡାଇଥିଲା; ଏକ ନିର୍ଜନ ସ୍ଥାନରେ ଗାଡି ଅଟକାଇ ୨୨ବର୍ଷୀୟା ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା

ମୁହଁ ଖୋଲିଲେ ପରିଣାମ ଭୟାଭହ ହେବ ବୋଲି ଯୁବତୀଙ୍କୁ ଧମକ ବି ଦେଇଥିଲା; ହେଲେ ଯୁବତୀ ଜଣକ ଡାକ୍ତରଙ୍କ ପାଖରେ ସମସ୍ତ ଘଟଣା ବଖାଣିଥିଲେ; ଡାକ୍ତରୀ ମାଇନାରେ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେବା ପରେ ସଂପୃକ୍ତ ଆମ୍ବୁଲାନ୍ସ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା

ତଦନ୍ତରେ ୨୯ବର୍ଷୀୟ ଅଭିଯୁକ୍ତ ପୂର୍ବରୁ ଏକାଧିକ ମାମଲାରେ ଜଡିତ ଥିବା ପୋଲିସ ଜାଣିବାକୁ ପାଇଥିଲା; ହସ୍ପିଟାଲରେ ତାକୁ ଅସ୍ଥାୟୀ ଭାବେ ନିଯୁକ୍ତି ମିଳିଥିଲା; ହେଲେ ଜଣେ ଅପରାଧୀକୁ କିପରି ହସ୍ପିଟାଲରେ ଚାକିରୀ ମିଳିଲା ? ତାହା ଏବେ ବି ରହସ୍ୟଘେରରେ; ଏ ନେଇ ପୋଲିସର ଛାନଭିନ୍ ଜାରି ରହିଥିବାବେଳେ ଅଭିଯୁକ୍ତକୁ କ୍ୱାରେଣ୍ଟାଇନରେ ରଖାଯାଇଛି; ସୋମବାର ଭର୍ଚୁଆଲ ମୋଡରେ ଏ ମାମଲାରେ ଶୁଣାଣୀ ହେବ

NO COMMENTS

LEAVE A REPLY

Please enter your comment!
Please enter your name here