କରୋନା ଭାଇରସ କୋଭିଡ଼-୧୯ ଭୁତାଣୁ ଯୋଗୁଁ ଦେଶର ଅନେକ ସ୍ଥାନରେ ମୋଦିଙ୍କ ପକ୍ଷରୁ ଲକଡାଉନ ଘୋଷଣା କରାଯାଇଛି; ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ସମୟରେ ନିଜର ଆଇସୋଲେସନରେ ମଧ୍ୟରେ ଘରେ ରହିଛନ୍ତି
ଏହି ସମୟରେ ଏହି ବଲିଉଡ଼ ଅଭିନେତା ଓ ଅଭିନେତ୍ରୀ ମାନଙ୍କର ଏଭଳି ଭିଡ଼ିଓ ଏବଂ ଫୋଟ ସାମ୍ନା ସୋସିଆଲ ମିଡିଆରେ ଅପଲୋଡ଼ କରିଛନ୍ତି; ଯାହା ଆଗରୁ କେବେ ଦେଖାଯାଇନଥିଲା; ଆରାମଦାୟକ ଜୀବନ ବିତାଉଥିବା ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜେ ଘରର କାମ କରୁଥିବା ନଜର ଆସିଛନ୍ତି
ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଇଂଷ୍ଟାଗ୍ରାମରେ ନିଜର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ବାସନ ମାଜୁଥିବାର ଦେଖିବାକୁ ମିଳିଛି; କାର୍ତିକ ଏହି ଭିଡ଼ିଓ ସହିତ ଲେଖିଛନ୍ତି ଯେ ‘ଏହି କାହାଣୀ ଘର ଘର ର ଅଟେ, ଏହାକୁ ନେଇ କୌଣସି ବଡ଼କଥା ନାହିଁ, ଏହା ଘର ଘର କାମ ଅଟେ’ସେହିପରି ଅଭିନେତ୍ରୀ ଫାତିମା ସନା ସେଖ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଗୋଟିଏ ଫୋଟ ସେୟାର କରିଛନ୍ତି; ଯେଉଁଥିରେ ସେ ଘରେ ଝାଡୁ କରୁଥିବାର ଦେଖିବାକୁ ମିଳିଛି

ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ନିଜର ଗୋଟିଏ ଭିଡ଼ିଓ ସେୟାର କରିଛନ୍ତି, ଯେଉଁଥିରେ ସେ ରୋଷେଇ କରୁଥିବାର ନଜର ଆସିଛନ୍ତି; ତା ସହ ସିଦ୍ଧାର୍ଥ ଲେଖିଛନ୍ତି ଯେ- ‘କିଛି ନୂଆକରିବାର ଚେଷ୍ଟା କେବେ କେବେ କରାଯାଇଥାଏ, ମୁଁ ପ୍ରଥମ ଥର ପାଇଁ ବଟର ଗାରଲିକ ପ୍ରନ୍ସ କରିବାର ଚେଷ୍ଟା ଚେଷ୍ଟା କରୁଛି, ଯାହାକି ଆଶ୍ଚର୍ଯ୍ୟଜନକ ଭାବରେ ସଫଳ ସାବ୍ୟସ୍ତ ହୋଇଛି, ସାଙ୍ଗମାନେ ଏହି ସମୟରେ ଭରପୁର ଫାଇଦା ଉଠାନ୍ତୁ ଏବଂ କିଛି ନୂଆ କରିବାର ଆରମ୍ଭ କରନ୍ତୁ’
ସେହିପରି କ୍ୟାଟ୍ରିନା କେଫ ନିଜେ ବାସନ ମାଜି ଏହାକୁ ଧୋଉଥିବାର ନଜର ଆସିଛନ୍ତି; କ୍ୟାଟ୍ରିନାଙ୍କୁ ପ୍ରଥମ କରି ଫ୍ୟାନ୍ସମାନେ ଏହି ରୂପରେ ଦେଖି ହସିଥିଲେ; କ୍ୟାଟ୍ରିନା ଏହି ଭିଡ଼ିଓ ସହିତ ଲେଖିଥିଲେ ‘ଘରେ ମିଳିଥୁବା ସମୟ ଊପଯୋଗ କରୁଛି’
କରିନା କାପୁର ଖାନ ମଧ୍ୟ ଗୋଟିଏ ଭିଡ଼ିଓ ସେୟାର କରିଛନ୍ତି,ଯେଉଁଥିରେ ସୈଫ ଅଲ୍ଲୀ ଖାନ ପୁଅ ତୈମୁର ଅଲ୍ଲୀ ଖାନ ସହିତ ବଗିଚାରେ ଗଛ ଲଗାଉଥିବା ଦେଖିବାକୁ ମିଳିଛି

LEAVE A REPLY

Please enter your comment!
Please enter your name here