ମହାମାରୀ କରୋନା ସହ ଲଢ଼ିବା ପାଇଁ ଅନେକ ବଲିଉଡ୍‌ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି; ଏହି ମହା ଅଭିଯାନରେ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି; ଖାଲି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ନୁହେଁ, ସେ ଅନ୍ୟସବୁ ଅନୁଷ୍ଠାନକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି; ଏହି ସହାୟତା ରାଶି ସେ କରୋନା ମହାମାରୀ ସହ ଲଢୁଥିବା ମହିଳାମାନଙ୍କୁ ପ୍ରଦାନ କରିଛନ୍ତି; ଯାହା ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି
ଭିଡିଓରେ ସେ କହିଛନ୍ତି, “ଏପରି ସଂକଟ ସମୟରେ ସଂଗ୍ରାମ କରୁଥିବା ମହିଳାମାନଙ୍କୁ ୧,୦୦୦୦୦ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୬.୩ ଲକ୍ଷ ଟଙ୍କା ପ୍ରଦାନ କରୁଚୁ, ସେ ଆହୁରି ମଧ୍ୟ କହିଛନ୍ତି, ଆପଣ ଯଦି ଏପରି କୌଣସି ମହିଳାଙ୍କ ବିଷୟରେ ଜାଣିଛନ୍ତି ତାଙ୍କୁ ଆମ ସାମ୍ନାକୁ ଆଣନ୍ତୁ, ଯେମିତିକି ସେମାନେ କୌଣସି ସେବା କରୁଥିବେ, ସେ ବଡ଼ ବ୍ୟବସାୟ କି ଛୋଟ ବ୍ୟବସାୟ ଆମେ ସମସ୍ତଙ୍କ ସହ ରହିଛୁ; ସେ କହିଛନ୍ତି, ଏପରି ସମୟରେ କିଛି ସାହାଯ୍ୟ କରିବା ନିହାତି ଜରୁରୀ, ତେଣୁ ନିକ୍‌ ଏବଂ ମୁଁ ଆର୍ଥିକ ସହାୟତା ପ୍ରଦାନ କରୁଛୁ”

LEAVE A REPLY

Please enter your comment!
Please enter your name here