କଲରାରେ ଅନ୍ୟ ପନିପରିବା କିମ୍ବା ଫଳ ଅପେକ୍ଷା ଅଧିକ ଔଷଧୀୟ ଗୁଣ ରହିଛି; ଏଥିରେ ପ୍ରଚୁର ପ୍ରୋଟିନ୍, କ୍ୟାଲସିୟମ୍, କାର୍ବୋହାଇଡ୍ରେଟ୍, ଫସଫରସ୍ ଏବଂ ଭିଟାମିନ୍ ଥାଏ; ଏହାକୁ ଖାଇଲେ ଅନେକ ପ୍ରକାର ଫାଇଦା ମିଳେ; ଆସନ୍ତୁ ଜାଣିବା ସେ ବିଷୟରେ……

  • ଯକୃତ ରୋଗ ପାଇଁ ଏହା ରାମବାନ ସଦୃଶ

  • କଲରା ଖାଇଲେ ଶରୀରର ଅପରିଷ୍କାର ରକ୍ତକୁ ସଫା କରିଥାଏ ଏବଂ ହେମୋଗ୍ଲୋବିନ୍ ବଢାଇଥାଏ

  • କଲରା ହଜମ ଶକ୍ତିରେ ଉନ୍ନତି ଆଣିବା ସହ ଭୋକ ବଢାଇଥାଏ

  • ଆଜମା ରୋଗୀଙ୍କୁ ମସଲା ବିନା ଏହି ପରିବା ଖାଇବା ଉଚିତ୍

  • ଲେମ୍ବୁ ରସ ସହିତ କଲରାର ରସ ପିଇବା ଦ୍ୱାରା ଓଜନ କମିଯାଏ

  • ପକ୍ଷାଘାତ (ପାରାଲିସିସ) ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ ଅଟେ; ସେମାନଙ୍କୁ କଲରା କଞ୍ଚା ଖାଇବାକୁ ଦିଆଗଲେ ଭଲ

  • କଲରା ମଧୁମେହ ରୋଗୀଙ୍କ ପାଇଁ ଉପକାରୀ; ଏହା ଚିନି ସ୍ତରକୁ ନିୟନ୍ତ୍ରଣ କରିଥାଏ

  • ଜଣ୍ଡିସ୍ ରୋଗୀଙ୍କ ପାଇଁ ଏହା ମଧ୍ୟ ଉତ୍ତମ ଅଟେ; ସେମାନେ ପାଣିରେ ଏହାକୁ ବାଟିକରି ଖାଇବା ଉଚିତ୍

LEAVE A REPLY

Please enter your comment!
Please enter your name here