ଜବାହରଲାଲ ନେହେରୁ(JNU) ବିଶ୍ବବିଦ୍ୟାଳୟର ପୂର୍ବ ଛାତ୍ର ସଂଘ ଅଧକ୍ଷ କହ୍ନେୟା କୁମାର ଆଉ ତା ସାଥି ମାନଙ୍କ ବିରୋଧରେ ଦେଶଦ୍ରୋହ ମାମଲାରେ ସୋମବାର ଦିନ ଦିଲ୍ଲୀ ପୁଲିସ ପଟିୟାଲା କୋର୍ଟରେ ଚାର୍ଜସିଟ୍ ଦାଖିଲ୍ କରି ଦେଇଛି ।
ପଟିୟାଲା କୋର୍ଟରେ ଦିଲ୍ଲୀ ପୁଲିସ  ୨୦୧୬ ଦେଶଦ୍ରୋହ ମାମଲାରେ  124A 332, 465,471,143,149,147,120 B ସହିତ ଭାରତୀୟ ଦଣ୍ଡ ସଂହିତା (IPC) ର ବିଭିନ୍ନ ଧାରା ଲଗାଇ ଚାର୍ଜସିଟ୍ ଦାଖିଲା କରିଛି ।
ଏହି କଥା ଶୁଣିଲା ପରେ କହ୍ନେୟା କୁମାର ଙ୍କ ପ୍ରତିକ୍ରିୟା ଆସିଛି । ସେ କହିଛନ୍ତି ଯଦି ଏ କଥା ସତ ହୋଇଥାଏ ତାହେଲେ ମୁଁ ଦିଲ୍ଲୀ ପୋଲିସ ଓ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ତିନି ବର୍ଷ ପରେ ନିର୍ବାଚନ ପାଖେଇ ଆସୁଥିବା ସମୟରେ ଚାର୍ଜସିଟ୍ ଦାଖିଲା କରାଯାଇଛି । ଏହା ପୁରା ରାଜନୀତି ଷଢଯନ୍ତ୍ର । ମୋର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ଭରସା ଅଛି ।
ଦିଲ୍ଲୀ ପୁଲିସ ର ୧୨୦୦ ଫର୍ଦ୍ଦ୍ ର ଚାର୍ଜସିଟ୍ ରେ ଜେଏନୟୁ ର ପୂର୍ବ ଛାତ୍ର କହ୍ନେୟା କୁମାର ଉମର ଖାଲିଦ୍ ସୋଲ୍ ରାସିଦ୍ ଏବଂ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ସହିତ ୭ ଜଣ କାଶ୍ମୀରୀ ଛାତ୍ରଙ୍କ ନାମ ଲେଖା ଅଛି ।
ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ ୨୦୧୬ ରେ ଅଫଜଲ୍ ଗୁରୁର ଫାଶୀ ବିରୋଧରେ ଏମାନେ ନାରା ଲଗେଇଥିଲେ । ସେହି ଭିଡିଓ ଏବେ ଲ୍ୟାବ୍ ରେ ସତ୍ୟ ପ୍ରମାଣିତ ହୋଇଛି ।

LEAVE A REPLY

Please enter your comment!
Please enter your name here