“କିଙ୍ଗ ଅଫ ପପ୍” ମାଇକେଲ ଜ୍ୟାକସନଙ୍କ ଜୀବନକାଳକୁ ନେଇ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ବାୟୋପିକ

0
217

ପ୍ରସିଦ୍ଧ ପପ୍ ଗାୟକ ମାଇକେଲ୍ ଜ୍ୟାକ୍ସନ୍‌ଙ୍କୁ ସମସ୍ତେ ଜାଣନ୍ତି; ସେ ତାଙ୍କ ସଂଗୀତ ଗାନ ଦ୍ୱାରା ସମସ୍ତଙ୍କର ହୃଦୟ ଜିଣିସାରିଛନ୍ତି; ହେଲେ ସେ ଆଉ ନାହାନ୍ତି କିନ୍ତୁ ତାଙ୍କ ବାୟୋପିକ୍‌ ତିଆରି ହେବାର ଯୋଜନା ୱାଶିଂଟନ୍ ରେ ଚାଲିଛି; ଏହି ଫ୍ଲିମରେ ତାଙ୍କ ପୂରା ଜୀବନକାଳ ମଧ୍ୟରେ ଘଟିଥିବା ପ୍ରତ୍ୟେକ ଘଟଣା ଦେଖିବାକୁ ମିଳିବ। ମିଳୁଥିବା ସୂଚନା ଅନୁଯାୟୀ, ପ୍ରଯୋଜକ ଗ୍ରାହମ୍ କିଙ୍ଗ୍ ଏହି ବାୟୋପିକ୍‌ ତିଆରି କରିବେ ବୋଲି ତାଙ୍କୁ ଅନୁମତି ମଧ୍ୟ ମିଳିସାରିଛି
ଏହା ପୂର୍ବରୁ ଗ୍ରାହମ୍ କିଙ୍ଗ୍ ଓସ୍କାର ପୁରସ୍କୃତ ଫିଲ୍ମ ‘ବୋହେମିଆନ୍ ରାପ୍‌ସୋଡି’ ନିର୍ମାଣ କରିଥିଲେ, ଯାହା ବିଗତ ଦିନର ମ୍ୟୁଜିକ୍‌ ସୁପର୍‌ଷ୍ଟାର୍‌ ଫ୍ରେଡି ମର୍କରୀ (୧୯୪୬-୧୯୯୧)ଙ୍କ ଜୀବନୀ ଉପରେ ଆଧାରିତ ହୋଇଥିଲା; ମାଇକେଲ୍ ଜ୍ୟାକ୍ସନ୍‌ଙ୍କ ବାୟୋପିକ୍ ପାଇଁ କାହାଣୀ ଲେଖୁଛନ୍ତି ରାଇଟର ଜନ୍ ଲୋଗନ୍‌ ଯିଏ କି ଫିଲ୍ମ ‘ଦ ଏଭିଏଟର୍‌’ ପାଇଁ ଚର୍ଚ୍ଚିତ ଥିଲେ
ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ମାଇକେଲ୍ ଜ୍ୟାକ୍ସନ୍‌ଙ୍କ ଉପରେ ଏକ ବୃତ୍ତଚ୍ଚିତ୍ର ତିଆରି ହୋଇଥିଲା; ଏହା ରିଲିଜ୍‌ ହେବା ପରେ ଏକ ନାବାଳକ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ହୋଇ ବଦନାମ ହେବା କଥା ପୁଣି ଥରେ ଚର୍ଚ୍ଚାକୁ ଆସିଥିଲା

LEAVE A REPLY

Please enter your comment!
Please enter your name here