ପ୍ରସିଦ୍ଧ ଫୋଟୋଗ୍ରାଫର ଡାବୁ ରତନାନୀ ୨୦୨୦ କ୍ୟାଲେଣ୍ଡର ଲାଗି ଅନେକ ହିରୋ ହିରୋଇନଙ୍କ ଫୋଟୋ ନେଇଛନ୍ତି; ସେ ଭିକ୍କି କୌଶଲ, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ଶାହରୁଖ ଖାନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଅକ୍ଷୟ କୁମାର, ପରିଣିତି ଚୋପ୍ରା, ଟାଇଗର ଶ୍ରଫ, ଭୂମି ପେଡେନେକର, ଅନୁସ୍କା ଶର୍ମା, ସୈଫ ଅଲ୍ଲୀ ଖାନ ଓ ଅଭିଷେକ ବଚ୍ଚନ ଆଦିଙ୍କ ଫଟୋ ବି ଉଠାଇଥିଲେ; କିନ୍ତୁ କିଆରା ଆଡଭାନୀଙ୍କ ଫଟୋ ବିବାଦକୁ ଟାଣି ହୋଇଯାଇଛି; ଏହି ଫଟୋ ଭାଇରାଲ ହେବା ପରେ ଅନ୍ତର୍ଜାତୀୟ ଫଟୋଗ୍ରାଫର ଚୋରି ଅଭିଯୋଗ ଆଣିଛନ୍ତି; ସେ ଏହାକୁ ସୃଜନଶୀଳତାର ଚୋରି ବୋଲି କହିଛନ୍ତି; ଡାବୁ ତାଙ୍କ କ୍ୟାଲେଣ୍ଡର ଲାଗି ଅନେକ ବଲିଉଡ କଳାକାରଙ୍କ ଫଟୋ ଉଠାଇଥିଲେ
ଏହି କ୍ୟାଲେଣ୍ଡର ଡାବୁ ଉନ୍ମୋଚନ ବି କରିଥିଲେ; ଏଥିଲାଗି ଆୟୋଜିତ ଉତ୍ସବକୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରେଖା, ସନି ଲିୟୋନୀ, କବିର ବେଦୀ ଓ କିୟାରା ଆଡଭାନୀଙ୍କ ସହ ଅନେକ ସେଲିବ୍ରିଟି ମଧ୍ୟ ଆସିଥିଲେ; ତେବେ କ୍ୟାଲେଣ୍ଡର ଉନ୍ମୋଚନର ମାତ୍ର କିଛି ମିନିଟ୍ ଭିତରେ କିୟାରା ଆଡଭାନୀଙ୍କ ଫଟୋ ସମସ୍ତଙ୍କ ନଜରକୁ ଆସିବା ସହ ଭାଇରାଲ ହୋଇଯାଇଥିଲା;ତାଙ୍କ ଫଟୋ ଟ୍ୱିଟରରେ ମିମ୍ ଫେଷ୍ଟ କରିଦେଇଥିଲା;କିନ୍ତୁ ଏହି ଫୋଟୋ ବିବାଦିୟ ହୋଇପଡିଛିକ୍ୟାଲେଣ୍ଡର ଲାଗି କିୟାରାଙ୍କ ଯେଉଁ ଶୈଳୀରେ ଡାବୁ ଫଟୋ ସୁଟ୍ କରିଥିଲେ ତାର ସାମଞ୍ଜସ୍ୟ ଅନ୍ତର୍ଜାତୀୟ ଫଟୋଗ୍ରାଫର ମାରି ବାର୍ଶଙ୍କ ଫଟୋସୁଟ୍ କୁ କପି କରିଛନ୍ତି ବୋଲି ଦାବି କରିଛନ୍ତି; ତାଙ୍କ ସୃଜନଶୀତାକୁ ସେ ନକଲ କରିଛନ୍ତି ତା ସହ ବର୍ଶ ଡାବୁଙ୍କ ଉପରେ ଚୋରି ଆରୋପ ଲଗାଇଛନ୍ତି; ବର୍ଶ ତାଙ୍କ ମଡେଲଙ୍କୁ ବଡ ପତ୍ର ଆଢୁଆଳରେ ରଖି ଫଟୋ ସୁଟ୍ କରିଥିବା ବେଳେ ଡାବୁ ମଧ୍ୟ କିୟାରାଙ୍କ କ୍ଷେତ୍ରରେ ଠିକ ଏକା ଭଳି ପୋଜ ଦେଇ ଫୋଟୋ ଦେଇଛନ୍ତି; ଯାହା ଡାବୁ କ୍ୟାଲେଣ୍ଡର ପାଇଁ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here