ଧନପ୍ରାପ୍ତିର ସୁନ୍ଦର ଓ ସରଳ ଉପାୟ ରହିଛି | ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାର ସରଳ ମନ୍ତ୍ର ଓ ଉପାୟ ଆସନ୍ତୁ ଜାଣିବା |
୧. ପ୍ରତି ଗୁରୁବାର ଦିନ କନକ ଧାରା ସ୍ତୋତ୍ରମ ଓ ଶ୍ରୀସୁକ୍ତମ ପାଠ କରନ୍ତୁ | ତାଙ୍କର ଏହି ପ୍ରିୟ ସ୍ତୋତ୍ରଗୁଡିକ ପାଠ କଲେ ମା’ ଙ୍କର ଅପାର କୃପା, ଧନ ଧାନ୍ୟ, ଐଶ୍ୱର୍ଯ୍ୟ ଓ ସୁଖ ପ୍ରାପ୍ତି ହୁଏ | ସ୍ତୋତ୍ର ପଠନ ବେଳେ ଘୃତ ଦୀପ ଓ ସୁଗନ୍ଧିତ ଧୂପବତି ଜଳାନ୍ତୁ |
୨. ଶ୍ରୀଯନ୍ତ୍ର ଆଣି ପୂଜା କରନ୍ତୁ | ଶ୍ରୀଯନ୍ତ୍ର ପୂଜା କଲେ ମା’ ଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ ଓ ଧନପ୍ରାପ୍ତି ହୁଏ | ପ୍ରତି ଗୁରୁବାର ଦିନ ଲେମ୍ବୁ ପାଣି ଦ୍ୱାରା ଏହି ଯନ୍ତ୍ରକୁ ଶୋଧନ କରି ଚନ୍ଦନ, ସୁଗନ୍ଧିତ ଜଳ (ଯଥା- ଗୋଲାପ ଜଳ, ଅଗୁରୁ), ହଳଦୀ, ସିନ୍ଦୁର, ଫୁଲ ଦ୍ୱାରା ଅଭିଷେକ କରନ୍ତୁ ଏବଂ ତା’ ସମୁଖରେ ଘୃତ ଦୀପ,ସୁଗନ୍ଧିତ ଧୂପବତି ଜଳାଇ, ନୈବେଦ୍ୟ ଅର୍ପଣ କରି ଏହି ମନ୍ତ୍ର ଗୁଡିକୁ ପାଠ କରନ୍ତୁ |
୩. ରୂପା ଟଙ୍କା ଆଣି ପୂଜା କରନ୍ତୁ | ଯେଉଁ ରୂପା ଟଙ୍କାରେ ମା ଲକ୍ଷ୍ମୀ ପଦ୍ମ ଉପରେ ବସି ଧନ ବର୍ଷା ସ୍ୱରୂପରେ ଥାନ୍ତି; ତାକୁ ଆଣି ପୂଜା କରନ୍ତୁ | ତାକୁ ମଧ୍ୟ ଚନ୍ଦନ,ସୁଗନ୍ଧିତ ଜଳ (ଯଥା- ଗୋଲାପ ଜଳ, ଅଗୁରୁ), ହଳଦୀ, ସିନ୍ଦୁର, ଫୁଲ ଦ୍ୱାରା ଅଭିଷେକ କରନ୍ତୁ ଏବଂ ତା’ ସମୁଖରେ ଘୃତ ଦୀପ,ସୁଗନ୍ଧିତ ଧୁପବତି ଜଳାନ୍ତୁ |
୩. “ଓଁ ଶ୍ରୀଂ ହ୍ଲୀଂ କ୍ଲୀଂ ମହାଲକ୍ଷ୍ମୟେ ନମଃ” | ଏହି ମନ୍ତ୍ରକୁ ୧୦୮ କିମ୍ବା ୧୦୦୮ ଥର ଜପ କରନ୍ତୁ | ପଦ୍ମାସନରେ ଗୋଟିଏ ଆସନରେ ବସି ଘୃତ ଦୀପ ଓ ସୁଗନ୍ଧିତ ଧୁପବତି ଜଳାଇ ଜପ କରନ୍ତୁ | ଏହି ମନ୍ତ୍ର ଜପିବା ଦ୍ୱାରା ସୁଖ ସମୃଦ୍ଧି ପ୍ରାପ୍ତି ହେବା ସହ ଧନପ୍ରାପ୍ତି, ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ | ଯେତେ ଅଧିକ ଜପିବେ ସେତେ ଅଧିକ ଫଳ ପ୍ରାପ୍ତି ହୁଏ |
୪. ମା ଲକ୍ଷ୍ମୀଙ୍କର ଗାୟତ୍ରୀ ମନ୍ତ୍ର ଯଥା “ଓଁ କମଳାଏ ବିଦ୍ନୟେ ସୁଖ ପ୍ରଦାୟ ଧୀମହୀ ତନ୍ନ ଦେବୀ ପ୍ରଚୋଦୟାତ୍” ଜପନ୍ତୁ | ଏହି ମନ୍ତ୍ର ୧୦୮ ଥର ଜପିବା ଦ୍ୱାରା ମା’ ଙ୍କର ଆଶୀର୍ବାଦ ପ୍ରାପ୍ତି ହୁଏ ଓ ଅପାର ଧନ ସଂଚୟ ହୋଇଥାଏ |

LEAVE A REPLY

Please enter your comment!
Please enter your name here