କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପତଞ୍ଜଳିକୁ କରୋନା ଔଷଧର ସବିଶେଷ ତଥ୍ୟ ମାଗିବା ସହ ଔଷଧର ପରୀକ୍ଷା ସରିବା ଯାଏଁ ବିଜ୍ଞାପନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର; କରୋନା ପାଇଁ କରୋନିଲ ନାମକ ଏକ ଔଷଧ ଲଞ୍ଚ କରିଛି ପତଞ୍ଜଳି

ଏକ ପ୍ରେସ୍ କନଫରେନ୍ସରେ ବାବା ରାମଦେବ କରୋନା ପ୍ରତିକାର ଔଷଧ ତିଆରି କରିବାର ଦାବି ରଖିଛନ୍ତି; ରାମଦେବ ବାବାଙ୍କ କହିବା ଅନୁଯାୟୀ ପତଞ୍ଜଳି କରୋନାର ମୁକାବିଲା କରିପାରୁଥିବା ପ୍ରଥମ ଆୟୁର୍ବେଦିକ ଔଷଧ ତିଆରି କରିଛି; ଏହାର ନାମ କୋରୋନିଲ୍ ରଖାଯାଇଛିଏକ ପ୍ରେସ କନଫରେନ୍ସ ସମୟରେ ସେଠାରେ ବାବା ରାମଦେବ ଏବଂ ଯୋଗଗୁରୁ ବାଳକୃଷ୍ଣ ଯୋଗ ଦେଇଥିଲେ; ସେଠାରେ ଏହି କରୋନା ପ୍ରତିକାର ଔଷଧ ବିଷୟରେ ସେ ଘୋଷଣା କରିଛନ୍ତିରାମଦେବ ବାବାଙ୍କ କହିବା ଅନୁୟାୟୀ ଏହି ଔଷଧକୁ ନେଇ ଶହେ ଜଣ କରୋନା ଆକ୍ରାନ୍ତଙ୍କ ଉପରେ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡି କରାଯାଇଥିଲା; ତିନି ଦିନ ମଧ୍ୟରେ ୬୫ ରୋଗୀ କରୋନା ପଜିଟିଭରୁ ନେଗେଟିଭ୍ ହୋଇଥିବା ବେଳେ ସାତ ଦିନ ମଧ୍ୟରେ ସଂପୂର୍ଣ୍ଣ ଶହେ ଜଣ ନେଗେଟିଭ୍ ଟେଷ୍ଟ ହୋଇଥିଲେ

LEAVE A REPLY

Please enter your comment!
Please enter your name here