କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ବଲିଉଡ ସେଲିବ୍ରିଟିମାନେ ଏବେ ନିଜ ନିଜ ଘରେ କ୍ଵାରେଣ୍ଟାଇନରେ ରହୁଛନ୍ତି; ଅଭିନେତା ରଣବୀର ସିଂ ଜନତା କର୍ଫ୍ୟୁ ପରେ ନିଜର ଏକ ଭୟଙ୍କର ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ଯେଉଁଥିରେ ସେ ଭୂତ ଭଳି ଦେଖାଯାଉଛନ୍ତି; ତାଙ୍କ କହିବା ଅନୁଯାୟୀ ଭବିଷ୍ୟତରେ କ୍ଵାରେଣ୍ଟାଇନରୁ ବାହାରିଲା ପରେ ତାଙ୍କର ଏମିତି ଅବସ୍ଥା ହୋଇଯାଇପାରେ

ଏହି ଫୋଟୋରେ ରଣବୀରଙ୍କ ଆଖିରେ ଭୁତ ଭଳି ଲେନ୍ସ ଲଗେଇ ଆଖି ତଳେ କଳା ଘେର ସହିତ ନିଜ କେଶକୁ ଜଟ କରିଥିବାର ନଜର ଆସିଛନ୍ତି; ଏଭଳି ଭୟଙ୍କର ଫଟୋ ସହିତ ସେ କ୍ୟାପସନରେ ଲେଖିଛନ୍ତି, ‘me coming out of quarantine’ ; ଏହି ମଜାଦାର ଫଟୋ ଦେଖି ସୋସିଆଲ ମିଡ଼ିଆ ୟୁଜରମାନେ ବିଭିନ୍ନ ପ୍ରକାର ମଜାଦାର କୋମେନ୍ଟ ମଧ୍ୟ ଦେଇଛନ୍ତି

LEAVE A REPLY

Please enter your comment!
Please enter your name here