କ୍ୟାମେରାକୁ ଦେଖି ଜୟା ରାଗି ନିଆଁବାଣ ହେବାର କାରଣ କଣ !!!

0
66
ବଲିଉଡ୍ ଷ୍ଟାର୍‌ ଗ୍ଲାମର ଦୁନିଆଁକୁ ବହୁତ ପସନ୍ଦ କରନ୍ତି | ସେମାନେ ସର୍ବଦା ଚର୍ଚ୍ଚିତ ରହିବାକୁ ପସନ୍ଦ କରନ୍ତି | ସେମାନେ ଯେଉଁଠି ଯାଆନ୍ତି ପ୍ରେସ କ୍ୟାମେରା ତାଙ୍କ ପିଚ୍ଛା କରିଥାଏ | କିନ୍ତୁ କିଛି ଷ୍ଟାର୍‌ଙ୍କୁ କ୍ୟାମେରା ପସନ୍ଦ ଥାଏ । ସେମାନେ କ୍ୟାମେରାକୁ ଦେଖିଲେ ବିରକ୍ତ ହୋଇଯାଅନ୍ତି । ଏପରି ଘଟଣା ଘଟିଛି ନେତ୍ରୀ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ କ୍ଷେତ୍ରରେ ।
ତେବେ ଏମିତି କିଛି ଘଟଣାଟିଏ ଘଟିଥିଲା ଯେବେ ପ୍ରସିଦ୍ଧ ବଲିଉଡ୍‌ ଫ୍ୟାସନ୍‌ ଡିଜାଇନର ମନୀଷ୍‌ ମଲହୋତ୍ରାଙ୍କ ବାପା ସୁରଜ ମଲହୋତ୍ରାଙ୍କ ପାଇଁ ଗତ ୧୯ ନଭେମ୍ବରରେ ଆୟୋଜନ କରାଯାଇଥିବା ଶୋକ ସଭାରେ ଜୟା ବଚ୍ଚନ ଯାଇ ପହଞ୍ଚିଥିଲେ । ଗତ ୧୮ ନଭେମ୍ବରରେ ସୁରଜ ମଲହୋତ୍ରାଙ୍କ ନିଧନ ହୋଇଥିଲା । ଆଉ ତାଙ୍କର ଆୟୋଜିତ ଶୋକ ସଭା ୧୯ ନଭେମ୍ବରରେ ବଲିଉଡ୍‌ର ଅନେକ ସେଲିବ୍ରିଟି ସହ ଜୟା ବଚ୍ଚନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଯେତେବେଳେ ଜୟା ବଚ୍ଚନ ଶୋକ ସଭାରୁ ବାହାରି ଆସିଥିଲେ ତାଙ୍କୁ ପ୍ରେସ ପ୍ରତିନିଧୀମାନେ ଘେରିଯାଇଥିଲେ ।
ଜୟାଙ୍କୁ ଏହି ଶୋକ ସମୟରେ ଫଟୋ ଉଠାଇବା ପାଇଁ ଇଚ୍ଛା ନଥିଲା ତେଣୁ ସେ ସଂଗେ ସଂଗେ ବିରକ୍ତି ପ୍ରକାଶ କରିଥିଲେ । ସେ ରାଗିଯାଇ ପ୍ରେସ ପ୍ରତିନିଧି ମାନଙ୍କୁ କହିଲେ ଆପଣମାନଙ୍କୁ ଭଦ୍ରାମି ଜଣା ନାହିଁ, ଆପଣମାନେ ସମୟ, ପରିସ୍ଥିତି ନ ଦେଖି କେବଳ ଫଟୋ ଉଠାଇବା ଆରମ୍ଭ କରିଦେଉଛନ୍ତି । ଏମିତି ବିରକ୍ତି ପ୍ରକାଶ କରି ଜୟା ନିଜ ଗାଡିରେ ବସିଥିଲେ । ତେବେ ଜୟାଙ୍କ ଏଭଳି ବ୍ୟବହାର ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ମିଡିଆକୁ ଏଭଳି ବିରକ୍ତିଭାବ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here