କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଥାଇ କିପରି ସେଠାରୁ ବାହାରି ଦୁଇ ଯୁବକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ତାହା ଅତ୍ୟନ୍ତ ଲଜ୍ଜ୍ବାଜନକ ଘଟଣା; ଏଥିରେ ଅନ୍ୟ ୫ ସ୍ଥାନୀୟ ଯୁବକ ମଧ୍ୟ ସହଯୋଗ କରିଥିବା ଜଣାପଡ଼ିଛି; ବିହାରର ରୋହତସ ଜିଲ୍ଲାର ଜୋଗଣୀ ଗାଁରେ ଏଭଳି କୁତ୍ସିତ ଅପରାଧ ଘଟିଛି; ତେବେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ବାହାରି ଦୁଇ ଯୁବକ କିଭଳି ଏଭଳି ଜଘନ୍ୟ କାମ କରିବାକୁ ସୁଯୋଗ ପାଇଲେ ସେ ନେଇ ବିହାର ପୁଲିସ ନିରବ ରହିଛିଗୁରୁବାର ପୀଡ଼ିତା (୧୮)ଙ୍କ ଅଭିଯୋଗ କ୍ରମେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଶୁକ୍ରବାର କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଗିରଫ କରିଛି; ଏହାସହିତ ଦୁଷ୍କର୍ମରେ ସାମିଲ୍ ଥିବା ସ୍ଥାନୀୟ ୫ ଯୁବକଙ୍କୁ ଏବେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜୁଥିବା ଜଣାପଡ଼ିଛି; କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଗିରଫ ହୋଇଥିବା ଦୁଇ ଯୁବକ ହେଲେ ଚଞ୍ଚଳ ଯାଦବ ଏବଂ ସୁରେଶ କୁମାର ଯାଦବ; ୫ ସହଯୋଗୀ ହେଲେ ଅରବିନ୍ଦ ଯାଦବ, ବିଜୟ ଯାଦବ, ମୁକେଶ ଯାଦବ, ଅମିତ ଯାଦବ ଏବଂ ଚୁଲ୍ଲ ପାଶଓ୍ୱାନ
ଏବେ ପୀଡ଼ିତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଛି ବୋଲି ବିକ୍ରମଗଞ୍ଜର ଏସଡିପିଓ ରାଜ କୁମାର କହିଛନ୍ତି; ବୁଧବାର ଦିନ ରାତିରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ବାହାରି ସୁରେଶ ଏବଂ ଚଞ୍ଚଳ ୧୮ ବର୍ଷୀୟ ଯୁବତୀଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଜଣାପଡ଼ିଛି;ଏମିତିକି ପୀଡ଼ିତାଙ୍କୁ ଛୁରୀ ଦେଖାଇ ୭ ଅଭିଯୁକ୍ତ ହତ୍ୟା ଧମକ ଦେଇଥିଲେ; ଅଭିଯୁକ୍ତମାନେ ଦୁଷ୍କର୍ମ ବେଳର ଫଟୋ ଏବଂ ଭିଡିଓ ରେକର୍ଡିଂ କରିଥିବା ଜଣାପଡ଼ିଛି; ବାହାରେ ଏ କଥା ଜଣାଇଲେ ସୋଶାଲ ମିଡିଆରେ ଭିଡିଓ ଭାଇରାଲ କରିଦେବେ ବୋଲି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି

LEAVE A REPLY

Please enter your comment!
Please enter your name here