ପୁଣି ବିବାହ କରିବେ ଭ୍ଲାଦିମିର। ରୁଷର ରାଷ୍ଟ୍ରପତି ଭ୍ଲାଦିମିରଲ ପୁତିନ ବହୁତ ଶୀଘ୍ର ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପୁତିନ ସ୍ୱୟଂ ନିଜେ ବୁଧବାର ଦିନ ନିଜ ବିହାହର ସୂଚନା ଦେଇଛନ୍ତି କିନ୍ତୁ ଜୀବନସଙ୍ଗିନୀର ନାଁ ପ୍ରକାଶ କରିନାହାଁନ୍ତି।

ସାଧାରଣରେ ବ୍ୟକ୍ତିଗତ ଓ ପାରିବାରିକ ବିଷୟକୁ ଗୋପନୀୟ ରଖୁଥିବା ୬୬ ବର୍ଷୀୟ ଭ୍ଲାଦିମିର ଅନ୍ତଃରାଷ୍ଟ୍ରୀୟ ଓ ଆର୍ଥିକ ନିଗମରେ ହୋଇଥିବା ଏକ ପ୍ରେସ କନଫେରେନ୍ସରେ ଏକ ସାମ୍ବାଦିକ ବିବାହର ପଚାରିଥିବା ପ୍ରଶ୍ନର ଉତ୍ତରରେ ପୁତିନ ଏହି ସୂଚନା ଦେଇଛନ୍ତି । ପୁତିନ ୧୯୮୩ରେ ଲୁଉଡ଼ାମିଆଙ୍କୁ ବିବାହ କରିଥିଲେ କିନ୍ତୁ ୨୦୧୩ ମସିହାରେ ଦୁହେଁ ଦୁହିଁଙ୍କୁ ଛାଡ଼ପତ୍ର ଦେଇଛନ୍ତି ।

ପୁତିନଙ୍କ ଦୁଇ ଝିଅ କ୍ୟାଟରିନା ଓ ମାରିଆ ପ୍ରାୟ ୩୦ ବର୍ଷ ହୋଇଥିବା ବେଳେ ଦୁହେଁ ରାଜନୀତିଠାରୁ ଦୂରରେ ରହୁଛନ୍ତି । ଲିଉଡ଼ାମିଆଙ୍କ ସହ ଛାଡ଼ପତ୍ର ପରେ ପୁତିନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ଉଠିଆସୁଛି । କିଛି ଦିନ ପୂର୍ବରୁ ହିଁ ଜଣେ ଋଷି ଖବରକାଗଜ ପୁତିନ ଓ ଅଲମ୍ପିକ୍ସ ପାରଙ୍ଗମ ଏଲିନା କାଭାଏବାଙ୍କ ସହ ରିଲେସନସିପର ରିପୋର୍ଟ ଦେଇଥିଲେ ଯାହାକୁ ପୁତିନ ଖାରଜ କରିଦେଇଥିଲେ।

LEAVE A REPLY

Please enter your comment!
Please enter your name here