ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଓ ଅଭିନେତା ଭିକି କୌଶଲ୍ ଙ୍କୁ ଏକା ସହ ଦେଖିବାକୁ ମିଳୁଛି; ସୂଚନା ଅନୁସାରେ, ଉଭୟ ଷ୍ଟାର ପରସ୍ପରଙ୍କୁ ଡେଟ୍ କରୁଛନ୍ତି; କିନ୍ତୁ ସେମାନେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି; ଭିକି ଓ କ୍ୟାଟ୍ ଙ୍କ ଏକ ନୂଆ ଫଟୋ ଚର୍ଚ୍ଚାରେ ଅଛି; ଅଲ୍ଲୀ ଅବ୍ବାଜ ଜଫରଙ୍କ ଜନ୍ମଦିନ ପାର୍ଟିରେ ଉଭୟଙ୍କୁ ଏକା ସହ ଦେଖିବାକୁ ମିଳିଥିଲା; ଏହି ପାର୍ଟିରେ ଅଲଗା ସେଲିବ୍ରିଟିମାନେ ମଧ୍ୟ ସାମିଲ ଥିଲେ

ଭିକି ଓ କ୍ୟାଟ୍ରିନା ଉପରେ ସମସ୍ତଙ୍କ ନଜର ଥିଲା; ପାର୍ଟିର ଫଟୋ ଇନ୍ଷ୍ଟାଗ୍ରାମରେ ମଧ୍ୟ ସେୟାର କରାଯାଇଛି; ହରଲୀନ ଓ ଭିକିଙ୍କ ମଧ୍ୟରେ ବିଚ୍ଛେଦର କାରଣ କ୍ୟାଟ୍ରିନା ବୋଲି ଶୁଣିବାକୁ ମିଳିଥିଲା; କିନ୍ତୁ ଏ ଯାଏଁ ଫିଲ୍ମରେ ଏକାଠି ଦୁଇଜଣଙ୍କୁ ଦେଖିବାକୁ ମିଳିନାହିଁ ; ‘କଫି ୱିତ୍ କରନ’ ଶୋ’ର ଏକ ଏପିସୋଡ୍ ରେ କ୍ୟାଟ୍ରିନା ଓ ବରୁନଙ୍କୁ ଏକା ସହ ଡକାଯାଇଥିଲା; ସେଠାରେ କ୍ୟାଟ୍ରୀନା କହିଥିଲେ ଯେ, ଫିଲ୍ମରେ ତାଙ୍କର ଓ ଭିକିଙ୍କ ଯୋଡି ବହୁତ ଭଲ ଲାଗିବ

LEAVE A REPLY

Please enter your comment!
Please enter your name here