ଆଜି ଆମ ଦେଶର ଗଣତନ୍ତ୍ର ଦିବସ, ଗଣତନ୍ତ୍ର ଦିବସ ସମାରୋହ ସମୟରେ ମଧ୍ୟ ପ୍ରଦେଶରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଲା ଯାହା ମଧ୍ୟପ୍ରଦେଶର କଂଗ୍ରେସ  ସରକାର ପାଂଇ ଏକ ଲଜ୍ଜାର କଥା । ମଧ୍ୟପ୍ରଦେଶ ସରକାରଂକ ମନ୍ତ୍ରୀ ଇମରତୀ ଦେବୀ ନିଜର ଭାଷଣ ପଢି ନପାରିବାରୁ କଲେକ୍ଟରଙ୍କ ଦ୍ଵାରା ପଢାଇଥିଲେ। ଏହି ଘଟଣା ଗ୍ଵାଲିୟରରେ ଗଣତନ୍ତ୍ର ଦିବସ ସମାରୋହରେ ଘଟିଯାଇଛି ।

ଦେଶର ସମସ୍ତ ଗଣମାଧ୍ୟମରେ ଭିଡିଓଟି ଭାଇରାଲ ହେଲା ପରେ ମନ୍ତ୍ରୀ ସଫେଇ ଦେଇଛନ୍ତି ଯେ ଗତ ଦିନରେ ସେ ଅସୁସ୍ଥ ଥିଲେ, ଆପଣ ଡାକ୍ତରଙ୍କୁ ମଧ୍ୟ ପଚାରି ପାରିବେ । ତେଣୁ କଲେକ୍ଟରଙ୍କୁ ମୋ ଭଷଣ ପଢିବାକୁ କହିଲି ।

ସୋସିଆଲ୍ ମିଡିଆରେ ଉକ୍ତ ଭିଡିଓ ଉପରେ ଲୋକେ ବହୁତ ପ୍ରତିକ୍ରିୟା ଦେଇଛନ୍ତି । ୟୁଜର ସାମ ସାନୟଲ ଲେଖିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ଏମ୍ ପି ଗଜବର ପ୍ରଦେଶ । ଆଉ ଜଣେ ୟୁଜର କହିଛନ୍ତି ଏଇ ହେଉଛି କଂଗ୍ରେସ । ଆମେ ଭାରତକୁ ୧୮ମ ଶତାବ୍ଦୀକୁ ନେଇ ଯାଉଛୁ । ଆନନ୍ଦ ଲେ ନାମକ ଜଣେ ୟୁଜର ଲେଖିଛନ୍ତି ଯେ ବ୍ୟଂଗ ଆକାରରେ ମଧ୍ୟ ପ୍ରଦେଶର ଜନତା ରାଜ୍ୟରେ ବହୁତ ଭଲ ସରକାର ଚୟନ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here