ଗୁଜୁରାଟରେ କରୋନା ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ୧୫୧ରେ ପହଞ୍ଚିଛି ; ଗୁଜୁରାଟରେ ବ୍ୟାପିଥିବା ଏହି ଭୂତାଣୁ ଉହାନ ଭଳି ପରିସ୍ଥିତି ସୃଷ୍ଟି କରିପାରେ; ମହାରାଷ୍ଟ୍ର ଅବସ୍ଥା ଦିନକୁ ଦିନ ବେହାଲ ହେବାରେ ଲାଗିଛି; ଏହାର କାରଣ ଏହି ରାଜ୍ୟରେ ଏହି ଭୁତାଣୁର ଏଲ୍-ଟାଇପ୍ ଷ୍ଟ୍ରେନ୍ ଦର୍ଶାଯାଇଛି; ଚୀନ୍ ଉହାନରେ ଏଲ୍ ଆକୃତିର ଭାଇରସ୍ ବହୁଳ ଭାବେ ଦେଖିବାକୁ ମିଳିଥିଲା; ଏଲ୍ ଷ୍ଟ୍ରେନ୍ ଭାଇରସ୍ ଏସ୍ ଷ୍ଟ୍ରେନ୍ ଭାଇରସ୍ ଠାରୁ ଅଧିକ ମାରାତ୍ମକ ଅଟେ
ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟରର ଜଣେ ବୈଜ୍ଞାନିକ ମଧ୍ୟ ରାଜ୍ୟରେ ଏଲ୍ ଷ୍ଟ୍ରେନ୍ ଭାଇରସ୍ ଥିବା ନିଶ୍ଚିତ କରିଛନ୍ତି; ଯେଉଁ ରୋଗୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି କିମ୍ବା ମୃତ୍ୟୁ ହୋଇଛି ସେମାନଙ୍କର ରିସର୍ଚ୍ଚ କରାଯାଉଛି; ସେମାନଙ୍କ ମଧ୍ୟରେ ଏଲ୍ ଷ୍ଟ୍ରେନ୍ ଭାଇରସ୍ ଦେଖିବାକୁ ମିଳିଛି, ଯାହା ଅଧିକ ମାରାତ୍ମକ ଅଟେ; ଏଲ୍-ଷ୍ଟ୍ରେନ୍ ଭାଇରସ୍ ଚୀନ୍ ଉହାନରେ ବ୍ୟାପିବାରୁ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି; ଆମେରିକାରେ ମଧ୍ୟ ଏଲ୍-ଷ୍ଟ୍ରେନ୍ ଭାଇରସ୍ ଅଧିକ ମାମଲା ରହିଛି ବୋଲି ଆଶଙ୍କା କରାଯାଉଛି; ଆମେରିକା କିମ୍ବା ଉହାନରୁ ହିଁ ଗୁଜୁରାଟ, ମହାରାଷ୍ଟ୍ରରେ କରୋନା ଭୂତାଣୁ ସଂକ୍ରମଣ ଘଟିଥିବା ଆଶଙ୍କା କରାଯାଉଛି; ଏଭଳି ପରିସ୍ଥିତିରେ ରାଜ୍ୟରେ ମୃତ୍ୟୁ ହାର ଅଧିକ ହେବା ପଛରେ ଏହା ଏକ ବଡ କାରଣ ହୋଇପାରେ ବୋଲି ମତବ୍ୟକ୍ତ କରୁଛନ୍ତି
କିନ୍ତୁ କେରଳ ସହ ଅନ୍ୟ କିଛି ରାଜ୍ୟରେରେ ଏସ୍ ଷ୍ଟ୍ରେନ୍ ଭୂତାଣୁ ଦେଖିବାକୁ ମିଳୁଛି; ଯାହା ଏଲ୍-ଷ୍ଟ୍ରେନ୍ ତୁଳନାରେ ଦୁର୍ବଳ; ବିଶ୍ବରେ ଯେଉଁଠାରେ ମୃତ୍ୟୁ ହାର ଅଧିକ, ସେଠାରେ ଏଲ୍- ଷ୍ଟ୍ରେନ୍ ଭାଇରସ୍ ଦେଖିବାକୁ ମିଳିଛି; ଦେଶରେ କରୋନା ସଂକ୍ରମଣ ମହାରାଷ୍ଟ୍ର ପରେ ଗୁଜୁରାଟରେ ସର୍ବାଧିକ ରହିଛି; ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୩୦୦୦ରୁ ଉର୍ଦ୍ଧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି

LEAVE A REPLY

Please enter your comment!
Please enter your name here