ଗୃହରେ ଯଦି ବାସ୍ତୁଦୋଷ ରହିଥାଏ ତେବେ ଏହାର ନକାରାତ୍ମକ ପ୍ରଭାବ ଗୃହର କର୍ତ୍ତା ଉପରେ ପଡିଥାଏ; ଏହାସହ ଗୃହରେ ସର୍ବଦା ଧନହାନି, ଅଶାନ୍ତି, କଳହ ଇତ୍ୟାଦି ଲାଗିରହିଥାଏ; ତେବେ ଗୃହରେ ଯଦି ଏପରି ଅସୁବିଧା ସୃଷ୍ଟି ହେଉଥାଏ ଏହି ସରଳ ପ୍ରତିକାର କରିବା ଦ୍ୱାରା ବାସ୍ତୁଦୋଷ ଦୂର ହେବା ସହ ଗୃହରେ ସୁଖ-ଶାନ୍ତି ପୁଣି ଫେରି ଆସିଥାଏ; କଣ ରହିଛି ଉପାୟ ଗୁଡିକ ଆସନ୍ତୁ ଜାଣିବା……

  • ଗୃହର ଉତ୍ତର-ପୂର୍ବ ଦିଗକୁ ସର୍ବଦା ହାଲୁକା ବା ଖାଲି ରଖନ୍ତୁ

  • ଗୃହର ଦକ୍ଷିଣ-ପଶ୍ଚିମ ଦିଗରେ ଓଜନିଆ ଜିନିଷ ଯେପରି ସୋଫା, ଆଲମିରା, ଖଟ ଇତ୍ୟାଦି ରଖନ୍ତୁ

  • ସର୍ବଦା ଶୋଇଲା ବେଳେ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ, ଦକ୍ଷିଣ ଦିଗକୁ ଗୋଡ କରି ଶୋଇବା ଅନୁଚିତ

  • ଗୃହର ମୁଖ୍ୟ ପ୍ରବେଶ ଦ୍ୱାରାକୁ ଶୂନ୍ୟ ନ ରଖି ଗଣେଶଙ୍କ ପ୍ରତିମା ବା ଫୋଟୋ ରଖନ୍ତୁ; ଏହାଦ୍ୱାରା ଗୃହରେ ନକାରାତ୍ମକ ଉର୍ଜା ପ୍ରବେଶ କରି ପାରିନଥାଏ

  • ଗୃହରେ ପାଣିର ଅଯଥା ଅପଚୟ କରନ୍ତୁ ନାହିଁ, ଯଦି ଗୃହରେ ପାଣି ଟ୍ୟାପ ବା ପାଣି ଟାଙ୍କିରୁ ପାଣି ଲିକ କରୁଛି ତେବେ ତୁରନ୍ତ ଏହାକୁ ବନ୍ଦ କରିବା ବ୍ୟବସ୍ଥା କରନ୍ତୁ, ନଚେତ ଅଯଥା ଧନ ଅପବ୍ୟୟ ଦେଖାଦେଇଥାଏ

LEAVE A REPLY

Please enter your comment!
Please enter your name here