ସାଧାରଣତଃ ଶୀତ ଦିନେ ଗ୍ରୀନ୍ ମଟର ପ୍ରାୟ ମିଳିଥାଏ; ଗ୍ରୀନ୍‌ ମଟର୍‌ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି; ଏହାକୁ କଞ୍ଚା ବା ସବୁ ତରକାରିରେ ପକେଇ ଖାଇବାକୁ ପସନ୍ଦ କରିଥାନ୍ତି; ଏଥିରେ ଅନେକ ଭିଟାମିନ୍ ସହିତ ଔଷଧୀୟ ଗୁଣ ଭରି ରହିବାରୁ ଶରୀର ପାଇଁ ବହୁତ ସ୍ୱାସ୍ଥ୍ୟକର ହୋଇଥାଏ; ତେବେ ଆସନ୍ତୁ ଜାଣି ନେବା ଗ୍ରୀନ୍ ମଟର ଖାଇଲେ କେଉଁ କେଉଁ ଲାଭ ମିଳେ
  • ଶୀତଦିନେ ଖାଦ୍ୟ ଠିକ୍‌ ଭାବେ ହଜମ ହୋଇନଥାଏ; ଏଥିରେ ଥିବା ଫାଇବର୍‌ ଡାଇଜେଷ୍ଟିଭ୍‌ ସିଷ୍ଟମ୍‌କୁ ଠିକ୍‌ ରଖିଥାଏ, ଯାହା ହଜମ କରିବାରେ ସାହାଯ୍ୟ କରିଥାଏ; ତେଣୁ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ
  • ମଟରରେ ଅଧିକ ପରିମାଣରେ ଫାଇବର୍‌ ଓ ପ୍ରୋଟିନ୍‌ ଥିବାରୁ ପେଟ ପୂରିଲା ଭଳି ଲାଗେ; ତେଣୁ ଭୋକ କମ୍‌ ହୋଇଥାଏ; ତେଣୁ ଖାଇବା କମ୍ ହୁଏ ଓ ଏହାଦ୍ୱାରା ଓଜନ ହ୍ରାସ ପାଏ
  • ମଟରରେ ମ୍ୟାଗ୍ନେସିୟମ୍‌, ପୋଟାସିୟମ୍‌ ଓ କ୍ୟାଲସିୟମ୍‌ ରହିଛି; ଏସବୁ ତତ୍ତ୍ୱ ହାଇ ବ୍ଲଡ୍‌ ପ୍ରେସର ଓ କୋଲେଷ୍ଟ୍ରଲ୍‌କୁ ନିୟନ୍ତ୍ରଣ କରିବାରୁ ହାର୍ଟ ଆଟାକ୍‌ ହୋଇନଥାଏ
  • ମଟର ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ହୋଇଥାଏ
  • ମଟରରେ ପ୍ରଚୁର ମାତ୍ରାରେ ଆଇରନ୍‌ ରହିଛି; ଯାହା ଶରୀରରେ ଆଲର୍ଜିକୁ କମ୍‌ କରିଥାଏ ଏବଂ ଏନିମିଆ ସମସ୍ୟାକୁ ଦୂର କରିଥାଏ
  • ମଟରରେ ଥିବା ଭିଟାମିନ୍‌ ଓ ମିନେରାଲ୍ସ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥିବାରୁ ଶୀତଦିନେ ହେଉଥିବା ବିଭିନ୍ନ ରୋଗ ହେବାର ଆଶଙ୍କା କମ୍‌ ହୋଇଥାଏ
  • ମଟରରେ କାରୋଟେନୋଏଡ୍‌ ପିଗମେଣ୍ଟ ଲୁଟିନ୍‌ ନାମରେ ଏକ ତତ୍ତ୍ୱ ରହିଛି; ଯାହା ଆଖି ପାଇଁ ଉପକାରୀ ହୋଇଥିବାରୁ ଏହା ଦୃଷ୍ଟିଶକ୍ତିକୁ ଠିକ୍ ରଖିବାକୁ ସାହାଯ୍ୟ କରିଥାଏ

LEAVE A REPLY

Please enter your comment!
Please enter your name here