ସୈଫ୍ ଙ୍କ କନ୍ୟା ସାରା ଅଲି ଖାନ୍‌ ବିଗତ ଗତ ଡିସେମ୍ବର ୨୦୧୮ ପ୍ରଥମ ସପ୍ତାହରେ ଫିଲ୍ମ ‘କେଦାରନାଥ’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ପରେ ସେହି ମାସର ଶେଷ ସପ୍ତାହରେ ଆସିଥିଲା ଫିଲ୍ମ ‘ସିମ୍ବା’। ଉଭୟ ଫିଲ୍ମ ବକ୍ସ ଅଫିସ୍‌ରେ ହିଟ ସାବସ୍ଥ୍ୟ ହେଇଚି। ‘ସିମ୍ବା’ ୨୦୦ କୋଟିରୁ ଅଧିକ ଆୟ କରିସାରିଲାଣି। ଗୋଟିଏ ମାସରେ ଦୁଇଟି ହିଟ୍ ଫିଲ୍ମ ଦେବା ପରେ ସାରାଙ୍କ ଚାହିଦା ବଲିଉଡ଼ରେ ବଢ଼ିବାରେ ଲାଗିଛି। ଅନେକ ହିରୋ ଏବେ ସାରାଙ୍କ ସହ କାମ କରିବାକୁ ଆଗ୍ରହୀ। ଏବେ ଇମ୍ରାନ୍‌ ହାସ୍‌ମୀ ମଧ୍ୟ ସାରାଙ୍କ ସହ କାମ କରିବାକୁ ଆଗ୍ରହୀ ଅଛନ୍ତି। ତାଜା ସୂଚନା ଅନୁଯାୟୀ ସାରା ବରୁଣ ଧୱନ୍‌ ଏକାଠି ଗୋଟିଏ ଫିଲ୍ମ୍‌ରେ କାମ କରିପାରନ୍ତି। ଡେଭିଡ୍‌ ଧୱନ୍‌ ନିଜର ୯୦ ଦଶକର ସୁପର ହିଟ୍‌ କମେଡି ଫିଲ୍ମ  ‘କୁଲି ନମ୍ବର ୱାନ୍’ ର ରିମେକ୍‌ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ବରୁଣ ଧୱନ୍ ଲିଡ୍‌ ରୋଲ୍‌ରେ ନଜର ଆସିବା ସହ ଲିଡ୍‌ ଆକ୍ଟ୍ରେସ୍ ପାଇଁ ସାରା ଅଲି ଖାନ୍‌ଙ୍କ ନାଁ ଆସିପାରେ ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ସାରା କରନ୍‌ ଜୋହର୍‌ଙ୍କ ‘କଫି ୱିଥ୍‌ କରନ୍’ ଟକ ସୋ’ରେ କହି ସାରିଛନ୍ତି ଯେ ସେ ବରୁଣ ଧୱନଙ୍କ ସହ କାମ କରିବାକୁ ବେଶ୍ ଆଗ୍ରହୀ। ଏହା ତାଙ୍କର ଏକ ସ୍ୱପ୍ନ ପୂରଣ ହେବ ବୋଲି କହିଛନ୍ତି। କିଛିଦିନ ପୂର୍ବରୁ ସାରାଙ୍କୁ ବରୁଣ ଧୱନଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here