ସମଗ୍ର ବିଶ୍ୱ କରୋନା ଭୂତାଣୁକୁ ନେଇ ଚିନ୍ତିତ ଥିବାବେଳେ ଚାଇନା ପୁଣି ମାଂସ ବିକ୍ରି ଆରମ୍ଭ କରିଛି; ଚାଇନାର ଉହାନରୁ ବ୍ୟାପିଥିବା ଭୂତାଣୁ ସହ ଦୁନିଆ ଯୁଦ୍ଧ ଚଳାଇଥିବାବେଳେ ଚୀନରେ ବିକ୍ରି କରାଯାଉଛି ମାଂସ; ଚାଇନାରେ ବାଦୁଡ଼ି, ପାଙ୍ଗୋଲିନ୍ ଏବଂ କୁକୁର ମାଂସ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି; ତେବେ ଏହି ଖବର ଜାଣିବା ପରେ ବଲିଉଡ୍ ଅଭିନେତା ଜାଭେଦ୍ ଜାଫେରୀ ନିଜର ଖୋଭ ପ୍ରକାଶ କରି ଏକ ଟ୍ୱିଟ୍ କରିଛନ୍ତି; ଜାଭେରୀଙ୍କ ଏହି ଟ୍ୱିଟ୍ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି
ଚାଇନାରେ ବାଦୁଡ଼ି, ପାଙ୍ଗୋଲିନ୍ ଏବଂ କୁକୁର ମାଂସ ବିକ୍ରି ହେଉଥିବା ମାର୍କେଟର ଏକ ଫଟୋ ଶେୟାର କରି ଜାଭେଦ୍ ଲେଖିଛନ୍ତି, ‘ଆମେ ବଦଳିଲୁ ନାହିଁ, ଏ ଲେଖା ସହ ସେ କ୍ରୋଧିତ ଇମୋଜି ମଧ୍ୟ ଶେୟାର କରିଛନ୍ତି’
Hum Nahin Sudhrey 🙄🤨China Coronavirus: China Reopens Markets Selling Bats, Pangolins After COVID-19 Effect Dips https://t.co/9gC6DmD83c
– Jaaved Jaaferi (@jaavedjaaferi)
ଚୀନ୍‌ର ଉହାନରେ ଥିବା ହୁଆନ୍ ସାମୁଦ୍ରିକ ଖାଦ୍ୟ ବଜାର କରୋନୋ ଭୂତାଣୁର କେନ୍ଦ୍ର; ଏହି କରୋନା ଭୂତାଣୁ ଏବେ ବିଶ୍ୱ ମହାମାରୀ ରୂପ ନେଇ ହଜାର ମୁଣ୍ଡ ନେଇଛି; କିନ୍ତୁ ଚାଇନା ପୁଣି ମାଂସ ବିକ୍ରି ଆରମ୍ଭ କରିଦେଇଛି; ସୂଚନାନୁଯାୟୀ, ବାଦୁଡ଼ିଠାରୁ କରୋନା ଭୂତାଣୁ ଆସିଥିବା ନେଇ କିଛି ବୈଜ୍ଞାନିକ ଦାବି କରୁଛନ୍ତି; ଏପରି କି ବିଭିନ୍ନ ରିପୋର୍ଟରୁ ଜଣାପଡ଼ିଛି ଯେ, ଚାଇନାର ହୁବେଇରେ ରହୁଥିବା ଜଣେ ୫୫ ବର୍ଷୀୟ ବ୍ୟକ୍ତି ସର୍ବ ପ୍ରଥମେ ଏପରି କଞ୍ଚା ମାଂସ ମାର୍କେଟରେ ହିଁ କରୋନା ଭୁତାଣୁ ସଂକ୍ରମଣରେ ଆସିଥିଲେ

LEAVE A REPLY

Please enter your comment!
Please enter your name here