କରୋନା ନାମକ ମାରାତ୍ମକ ମହାମାରୀ ସାରା ବିଶ୍ୱରେ ଆତଙ୍କ ଖେଳେଇ ଚାଲିଛି; ଏହା ଚୀନର ୱୁହାନ ସହରରୁ ହିଁ ସର୍ବପ୍ରଥମେ ଆରମ୍ଭ ହୋଇଥିଲା; ଏବେ ପୁଣି ଚୀନ୍‌ର ୱୁହାନ ସହରରେ କରୋନା ଭୂତାଣୁ ଫେରିଛି; ଚୀନ୍‌ର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ୱୁହାନରେ ପୁଣି ୧୪ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛନ୍ତି

୨୦୧୯ ମସିହାରେ ୱୁହାନରୁ ଏହି ଭୂତାଣୁ ଆରମ୍ଭ ହେବା ପରେ , ଚଳିତ ବର୍ଷ ଏପ୍ରିଲ୍ ୩ ତାରିଖ ପରଠାରୁ ସେଠାରେ କୌଣସି ସଂକ୍ରମଣର ଘଟଣା ଦେଖିବାକୁ ମିଳି ନଥିଲା; କିନ୍ତୁ ବର୍ତ୍ତମାନ କରୋନା ପୁନର୍ବାର ୱୁହାନରେ ବିସ୍ତାର କରିବା ଆରମ୍ଭ କରିଛି

ଗତ ଗୁରୁବାର ଦିନ ଚୀନ୍ ଦେଶର ସମସ୍ତ ଅଞ୍ଚଳକୁ ସ୍ୱଳ୍ପ ବିପଦପୂର୍ଣ୍ଣ ଅଞ୍ଚଳ ଭାବରେ ଘୋଷଣା କରିଛି; ଚାଇନାର ଉତ୍ତର-ପୂର୍ବ ଜିଲିନ୍ ପ୍ରଦେଶର ଶୁଲାନ୍ ସହରରେ ସଂକ୍ରମିତ ରୋଗୀ ଦେଖିବାକୁ ମିଳିଛି

କରୋନା ପଜଟିଭ ମାମଲା ନିଶ୍ଚିତ ହେବା ପରେ ରବିବାର ଦିନ ଜିଲିନ୍ ଅଧିକାରୀମାନେ ଶୁଲାନ୍ ସହରକୁ ଅଧିକ ବିପଦ ବର୍ଗରେ ସାମିଲ କରିଛନ୍ତି; ଗୋଟିଏ ଦିନ ପୂର୍ବରୁ , ଜଣେ ମହିଳା ପଜିଟିଭ୍ ମିଳିବା ପରେ ରବିବାର ଦିନ ୧୧ ଟି ନୂଆ ମାମଲା ସାମ୍ନାକୁ ଆସିଥିଲା

ଚୀନ୍‌ର ସ୍ୱାସ୍ଥ୍ୟ ଆୟୋଗ ଅନୁଯାୟୀ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ୮୨,୯୦୧ ରେ ପହଞ୍ଚିଥିବାବେଳେ ଏହି ମାରାତ୍ମକ ମହାମାରୀ ହେତୁ ୪,୬୩୩ ଲୋକ ପ୍ରାଣ ହରାଇଛନ୍ତି

LEAVE A REPLY

Please enter your comment!
Please enter your name here