Home Entertainment ଜଣେ କ୍ରିକେଟରଙ୍କ ସହ ବିବାହ ନ କରି ଏହି ଅଭିନେତ୍ରୀ ଝିଅର ମା ହୋଇଛନ୍ତି !!

ଜଣେ କ୍ରିକେଟରଙ୍କ ସହ ବିବାହ ନ କରି ଏହି ଅଭିନେତ୍ରୀ ଝିଅର ମା ହୋଇଛନ୍ତି !!

0
17

ନୀନା ଗୁପ୍ତା ଜଣେ ଜଣାଶୁଣା ବଲିଉଡ ଓ ଟିଭି ଜଗତର ନାୟିକା; କିନ୍ତୁ ସେ ବାହା ନ ହେଇ ଜଣେ ଝିଅର ମା ହୋଇଛନ୍ତି ଯାହା ଅଶୀ ଦଶକରେ ଖୁବ ଚର୍ଚ୍ଚାର ବିଷୟ ହୋଇଥିଲା; ଅଶୀ ଦଶକରେ ଅଭିନେତ୍ରୀ ନୀନା ଗୁପ୍ତା ଜଣେ ବିଦେଶୀ କ୍ରିକେଟର ଙ୍କ ପ୍ରେମରେ ପଡ଼ିଥିଲେ; ସେ ହେଲେ ୱେଷ୍ଟ ଇଣ୍ଡିଜ୍‌ର କ୍ରିକେଟର ଭିତ୍ତିଆନ୍‌ ରିଚର୍ଡସ୍; ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ନ ହୋଇ କେବଳ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଥିଲେତେବେ ୮୦ ଦଶକରେ ଓ୍ବେଷ୍ଟ୍‌ ଇଣ୍ଡିଜ୍‌ ଟିମ୍‌ ଭାରତକୁ କ୍ରିକେଟ ଖେଳିବା ପାଇଁ ଆସିଥିଲେ; ସେତେବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା; ମୁମ୍ବାଇର ଏକ ପାର୍ଟିରେ ଦୁହେଁ ସାକ୍ଷାତ କରିଥିଲେ; ଦୁଇଜଣଙ୍କ ସମ୍ପର୍କ ଟିକେ ଭିନ୍ନ ଥିଲା; ଯେତେବେଳେ ଭିଭିଆନ୍ ଙ୍କର ନୀନାଙ୍କ ସହ ଦେଖା ହେଇଥିଲା, ସେତେବେଳେ ରିଚାର୍ଡସ ବିବାହିତ ଥିଲେ; ତାଙ୍କର ଦୁଇ ପିଲା ମଧ୍ୟ ଥିଲେ; ସେ ସମୟରେ ଭିଭିଆନ୍‌ ତାଙ୍କ ସ୍ତ୍ରୀଙ୍କଠାରୁ କୁଆଡ଼େ ଅଲଗା ରହୁଥିଲେ; ଏହା ଜାଣି ମଧ୍ୟ ନୀନା ଭିଭିଆନ୍‌ଙ୍କ ପ୍ରେମରେ ପଡ଼ିଥିଲେ; ଦୁହିଁଙ୍କ ସମ୍ପର୍କ ଦୀର୍ଘଦିନ ଧରି ବେଶ୍‌ ଭଲ ଚାଲିଥିଲା; ସମ୍ପର୍କର କିଛିଦିନ ପରେ ନୀନା ମା’ ଭିଭିଆନଙ୍କ ସନ୍ତାନଙ୍କୁ ଜନ୍ମ ଦେବେ ବେଳେ ଶୁଣିବାକୁ ମିଳିଥିଲା; ନୀନା ଏବଂ ଭିଭିଆନ୍‌ କେବେ ବିବାହ କରିପାରିବେ ନାହିଁ ଜାଣିଥିଲେ ସୁଦ୍ଧା ନୀନାଙ୍କ ପରିବାର ସାଙ୍ଗସାଥୀ ମଧ୍ୟ ତାଙ୍କୁ ସପୋର୍ଟ କରିଥିଲେ; ନୀନା ଯେତେବେଳେ ଗର୍ଭବତୀ ଥିଲେ ସେହି ସମୟରେ ତାଙ୍କ ମା’ଙ୍କ ଦେହାନ୍ତ ହୋଇଥିଲା; ସେତେବେଳେ ତାଙ୍କ ପିତା ଦିଲୀରୁ ମୁମ୍ବାଇ ଆସି ତାଙ୍କ ସହ ରହୁଥିଲେ; ୧୯୮୯ରେ ଭିତ୍ତିଆନ୍‌ ଓ ନୀନାଙ୍କର ଏକ ଝିଅ ଜନ୍ମ ହୋଇଥିଲା; ସେ ଝିଅର ନାମ ହେଲା ମସାବା; ଭିତ୍ତିଆନ୍‌ ରିଚର୍ଡସ୍‌ ନୀନା ଗୁପ୍ତାଙ୍କୁ ବିବାହ ନ କରିବାକୁ ରାଜି ହୋଇଥିଲେ ମଧ୍ୟ ଝିଅ ମସାବ୍‌ଙ୍କର ପିତା ଭାବେ ପରିଚିତ ହେବାକୁ ରାଜି ହୋଇଥିଲେ; ତେବେ ମସାବା ଜଣେ ଜଣାଶୁଣା ଫ୍ୟାଶନ ଡିଜାଇନର ଭାବେ ପରିଚିତନୀନାଙ୍କ ତାଙ୍କ ଅଭିନୀତ ଲୋକପ୍ରିୟ ଫିଲ୍ମ ସାଥ୍‌ ସାଥ୍‌, ଉତ୍ସବ, ତ୍ରିକାଲ୍‌, ବଟ୍‌ୱାରା, ସ୍ୱର୍ଗ୍, ବଲୱାନ୍, ଅଙ୍ଗାର୍‌, ଖଲ୍‌ନାୟକ, ଆଁ ଖେଁ, ମେରି ବିବିକା ଜବାବ୍‌ ନେହିଁ, ବୀରେ ଦି ୱେଡିଂ ଓ ମୁଲ୍‌କ ଇତ୍ୟାଦି ନୀନା ତାଙ୍କ ନିଖୁଣ ଅଭିନୟ ପାଇଁ ଅନେକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଛନ୍ତି

NO COMMENTS

LEAVE A REPLY

Please enter your comment!
Please enter your name here