କରୋନା ଭାଇରସର ଭୟରେ ବଲିଉଡର ଅଧିକାଂଶ ସେଲିବ୍ରିଟି ନିଜକୁ ଆଇସୋଲେଟ୍ କରିଛନ୍ତି; ଠିକ ଏହି ସମୟରେ ବୋଲିଉଡ଼ର ଜଣେ ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ଘରୁ ୭ ଦିନ ଧରି ବାହାରି ନାହାନ୍ତି ବୋଲି ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଥିଲେ; ସେ ଆଜିକାଲି ଘରେ ରହି ଅଧିକାଂଶ ସମୟ ନେଟ୍ ସର୍ଫିଂ କରୁଛନ୍ତି; ନିକଟରେ ସେ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ କେତେକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ବାନ୍ଧବୀ ଗାୟତ୍ରୀ ଓବେରୟଙ୍କ ସହ ତାଙ୍କୁ ଦେଖିବାକୁ ମିଳିଛି; ଏହି ଫଟୋ ପୋ​‌ଷ୍ଟ କରି ସେ ଟ୍ରୋଲର ଶିକାର ହୋଇଛନ୍ତି
କାରଣ ଏହି ଫଟୋରେ ଗାୟତ୍ରୀ,ସୋନାଲିଙ୍କୁ କିସ୍ କରୁଛନ୍ତି; ତାଙ୍କ ଫ୍ୟାନମାନେ ସୋନାଲିଙ୍କୁ ସମସ୍ତଙ୍କଠୁ ଦୂରରେ ରହିବାକୁ ପରାମର୍ଶ ଦେଉଛନ୍ତି; ଫ୍ୟାନମାନେ ଟ୍ରଲ କରି କହିଛନ୍ତି ‘ସୋନାଲି ଅନେକ ଫ୍ୟାନ ଅଛନ୍ତି, କରୋନା ଭାଇରସର ପ୍ରକୋପ ବୃଦ୍ଧି ପାଉଥିବା ଦେଖି ସୋନାଲିଙ୍କୁ ନିଜ ସୁରକ୍ଷା ପ୍ରତି ଧ୍ୟାନ ଦେବା ସହ ଅନ୍ୟ ଠାରୁ ଦୂରତା ରଖିବା ଆବଶ୍ୟକ, ଏହାସହ ତାଙ୍କୁ ମାସ୍କ ପିନ୍ଧିବା ଉଚିତ୍’; ଅନ୍ୟ କିଛି ଫ୍ୟାନମାନେ କହିଛନ୍ତି ସେ ‘ଅନ୍ୟଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି କିନ୍ତୁ ନିଜେ ଏହାକୁ ପାଳନ କରୁନାହାନ୍ତି’

LEAVE A REPLY

Please enter your comment!
Please enter your name here