Home National ଜରୁରୀ ମେଡିସିନ ଦରରେ ୫୦% ବୃଦ୍ଧି

ଜରୁରୀ ମେଡିସିନ ଦରରେ ୫୦% ବୃଦ୍ଧି

0
263

ସରକାର ଦରବୃଦ୍ଧିର ବୋଝ ସାଧାରଣ ଜନତା ଉପରେ ଳଦିଚାଲିଛନ୍ତି; ବିଭିନ୍ନ ଖାଦ୍ୟର ଦରଦାମ ବୃଦ୍ଧି ପରେ ଏବେ ଔଷଧର ପାଳି ପଡିଛି; ତେଣୁ କିଛି ଜରୁରୀ ମେଡ଼ିସିନ ଉପରେ ବୃଦ୍ଧି ହେବ ବୋଲି ସୂଚନା ମିଳୁଛି; ତେଣୁ ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା NPPA ର ଦୀର୍ଘ ଦୁଇବର୍ଷର ଦାବି ପରେ କେନ୍ଦ୍ର ସରକାର ୨୧ଟି ଗୁରୁତ୍ୱପୂର୍ଣ୍ଣ ଔଷଧର ବିକ୍ରି ଦରର ୫୦ ପ୍ରତିଶତ ବୃଦ୍ଧି କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି; NPPA ହେଉଛି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଔଷଧ ମୂଲ୍ୟ ନିୟନ୍ତ୍ରଣ କାରି ସଂସ୍ଥା; ସୂଚନା ଅନୁସାରେ ରୋଗୀମାନେ ସାଧାରଣତଃ ବହୁଳ ଭାବେ ବ୍ୟବହାର କରୁଥିବା ଆଣ୍ଟିବାୟୋଟିକ୍ସ, ଆଣ୍ଟିଆଲର୍ଜିକ ଔଷଧ, ମ୍ୟାଲେରିଆ ପ୍ରତିଷେଧକ ଔଷଧ ,BCG ଟୀକା ଏବଂ ଭିଟାମିନ୍ C ଆଦି ଔଷଧର ଦାମରେ ୫୦ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣା ପଡିଛି; ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର ୨୦୧୩ ର ଅନୁଚ୍ଛେଦ ୧୯ ଆଧାରରେ ଦର ବୃଦ୍ଧି ପାଇଁ NPPA ନିଷ୍ପତ୍ତି ନେଇଚି ;
ଫାର୍ମା କମ୍ପାନୀଙ୍କ କହିବା ଅନୁସାରେ ଔଷଧର ତିଆରିର କଞ୍ଚାମାଲ ଖୁବ୍ ମହଙ୍ଗା ହେବାରୁ ଅଧିକ ଦାମରେ କିଣି କମ ଦରରେ ବିକ୍ରି କରୁଥିବାରୁ ବହୁ କ୍ଷତି ସହିବାକୁ ପଡୁଛି; ଏଥିପାଇଁ ପୁଣିଥରେ ଏହାର ମୂଲ୍ୟ ବଢାଇବା ଦରକାର ବୋଲି ପୂର୍ବରୁ ଦାବି କରୁଥିଲେ କିଛି କମ୍ପାନୀ; ଔଷଧ ତିଆରି କରାଯାଉଥିବା କଞ୍ଚାମାଲ ଚୀନରୁ ମଗାଯିବାରୁ ଟ୍ରେଡ ୱାର କାରଣରୁ ମୂଲ୍ୟରେ ୨୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି
NPPA କହିଛି ଯେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ଔଷଧ ଅଧିକା ମାତ୍ରରେ ରୋଗୀମାନେ ବ୍ୟବହାର କରିଥାନ୍ତି; ଏହି ଔଷଧ ମଧ୍ୟ ପବ୍ଲିକ ହେଲଥ ପୋଗ୍ରାମ ପାଇଁ ଜରୁରୀ ହୋଇଥାଏ; ଔଷଧର ମୂଲ୍ୟ ନିର୍ଦ୍ଧାରଣ କଷ୍ଟିଙ୍ଗର ଆଧାରରେ ଧାର୍ଯ୍ୟ ନ କରାଯାଇ ମାର୍କେଟର ଦରବୃଦ୍ଧି ଆଧାରରେ କରାଯାଇଥାଏ; କିନ୍ତୁ ସରକାର ଜରୁରୀ ଔଷଧ ପାଇଁ ସ୍ୱତନ୍ତ୍ର ନିୟମ ତିଆରି କରିଥିଲେ; ଏହି ଔଷଧଗୁଡିକ ସବୁ ସ୍ଥାନରେ ମିଳୁଥିବା କାରଣରୁ ଖୁବ୍ ଶସ୍ତା ରହିଥାଏ;କିନ୍ତୁ ଏବେ ଔଷଧ ମୂଲ୍ୟ ବୃଦ୍ଧି ହେବା ଯୋଗୁଁ ରୋଗୀଙ୍କୁ ହନ୍ତସନ୍ତ ହେବାକୁ ପଡିବ ବୋଲି ଜଣାପଡିଛି

NO COMMENTS

LEAVE A REPLY

Please enter your comment!
Please enter your name here