ରାଜଧାନୀ ଦିଲ୍ଲୀର ବିଜ୍ଞାନ ଭବନରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି; ସକାଳ ୧୦ଟାରେ ଆରମ୍ଭ ହୋଇଥିଲା; ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ଓ ଶ୍ରେଷ୍ଠ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ ବିଭିନ୍ନ ବର୍ଗରେ ପୁରସ୍କାର ଦିଅଯାଇଥିଲା; ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ୍ ଖୁରାନା ଓ ଭିକି କୌଶଲ୍ ଙ୍କୁ ପୁରସ୍କାର ଦିଆଯାଇଥିଲା; ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି

ସେହିପରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ କୀର୍ତ୍ତି ସୁରେ, ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଆଦିତ୍ୟ ଧର୍ , ଶ୍ରେଷ୍ଠ ସହ ଅଭିନେତା ଭାବେ ସ୍ୱାନନ୍ଦ କିର୍କିରେ, ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ସୁରେଖା ସିକ୍ରି, ଶ୍ରେଷ୍ଠ କୋରିଓଗ୍ରାଫି ଭାବେ ଜ୍ୟୋତି ଦ ଟମୋ, ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସଞ୍ଜୟ ଲୀଲା ଭଂଶାଲୀ, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ ଭାବେ ଅରିଜିତ୍ ସିଂହ, ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ବିନ୍ଦୁ ମାଲିନୀଙ୍କୁ ପୁରସ୍କାର ଦିଆଯାଇଥିଲା

 

LEAVE A REPLY

Please enter your comment!
Please enter your name here