ଜାନୁଆରି ୩୧ ତାରିଖ ଓ ଫେବ୍ରୁଆରି ୧ ତାରିଖ ଲଗାତାର ଦୁଇ ଦିନ ଧରି ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ ବୋଲି ବ୍ୟାଙ୍କ ୟୁନିୟନ (IBA) ଘୋଷଣା କରିଚି; ଦରମାକୁ ନେଇ ଅନେକ ସମସ୍ୟା ଲାଗିରହିଥିବାରୁ ବ୍ୟାଙ୍କ ୟୁନିୟନଗୁଡ଼ିକ ପୁଣିଥରେ ହରତାଳ କରିବେ ବୋଲି କହିଛନ୍ତି; ଚଳିତ ମାସର ୩୧ ତାରିଖ ଶୁକ୍ରବାର ଓ ଫେବ୍ରୁଆରି ୧ ତାରିଖ ଶନିବାର ପଡୁଛି; ଏହିଦିନ ବ୍ୟାଙ୍କଗୁଡ଼ିକ ଖୋଲା ରହିଥାଏ; କିନ୍ତୁ ଏହି ଦୁଇଦିନ ବ୍ୟାଙ୍କ ୟୁନିୟନ ହରତାଳ କରିବାରୁ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଟଙ୍କା ଦେଣନେଣରେ ଅସୁବିଧା ସୃଷ୍ଟି ହେବ

ଜାନୁଆରି ୩୧ରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବ ଓ ଫେବ୍ରୁଆରି ୧ ତାରିଖରେ ଦେଶର ବଜେଟ୍ ଆଗତ ହେବ; ତେଣୁ ଏହିଦିନ ବ୍ୟାଙ୍କ ୟୁନିୟନ ନିଜର ଦାବି ପୂରଣ କରିବାକୁ ହରତାଳର କରିବା ବୋଲି ଘୋଷଣା କରିଛି; ଯଦି ସେମାନଙ୍କ ଦାବି ମାର୍ଚ୍ଚ ମାସ ସୁଦ୍ଧା ପୂରଣ କରାଯିବନି ତେବେ ଏପ୍ରିଲ ୧ ତାରିଖରୁ ବ୍ୟାଙ୍କ କର୍ମଚାରୀମାନେ ଅନିଶ୍ଚିତ କାଳ ପାଇଁ ହରତାଳ କରିବେ ବୋଲି କୁହାଯାଇଛି; ଏହା ପୂର୍ବରୁ ଜାନୁଆରି ୮ ତାରିଖ ଭାରତ ବନ୍ଦ ଦିନ ମଧ୍ୟ ବ୍ୟାଙ୍କ ୟୁନିୟନ ହରତାଳରେ ଯୋଗ ଦେଇଥିଲା; ଏହିଦିନ ଅନେକ ବ୍ୟାଙ୍କ ବନ୍ଦ ରହିଥିବାରୁ ଟଙ୍କା ଦେଣନେଣରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଥିଲା

LEAVE A REPLY

Please enter your comment!
Please enter your name here