ଉତ୍ତରରୁ ଦକ୍ଷିଣ ଭାରତ ଯାଏଁ ଚାଷୀଙ୍କ ମୁଣ୍ଡବିନ୍ଧର କାରଣ ସାଜିଥିବା ଏହି ଉଡ଼ନ୍ତା ଆତଙ୍କୀ କୀଟ ‘ପଙ୍ଗପାଳ’ ଏବେ ଓଡ଼ିଶାକୁ ପ୍ରବେଶ କରିବାର ଆଶଙ୍କା ବଢ଼ାଇଛି; ଫୁଡ ଆଣ୍ଡ ଏଗ୍ରିକଲ୍‌ଚର ଅର୍ଗାନାଇଜେସନ୍‌(ଫାଓ)ର ଆକଳନ ଅନୁସାରେ ଆସନ୍ତା ସପ୍ତାହେ ଭିତରେ ଓଡ଼ିଶା ପଶିପାରନ୍ତି

ପାକିସ୍ତାନରେ ଖାଦ୍ୟ ସଙ୍କଟ ପରେ ଭାରତର ପ୍ରାୟ ୮ଟି ରାଜ୍ୟ ରାଜସ୍ଥାନ ଓ ଗୁଜରାଟ ପରେ ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣା, ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, କର୍ଣ୍ଣାଟକରେ ପଙ୍ଗପାଳ ହେକ୍ଟର ହେକ୍ଟର ଫସଲ ଖାଇ ଧ୍ୱଂସ କରିଦେଇଛନ୍ତି; ଫାଓର ଆକଳନ କହୁଛି, ବର୍ତ୍ତମାନ ପଶ୍ଚିମା ପବନ ବହୁଥିବାରୁ ସପ୍ତାହେ ଭିତରେ ଏହି ଫସଲ ଧ୍ୱଂସକାରୀ କୀଟ ଓଡ଼ିଶା ପଶିପାରନ୍ତି; ଏପରିକି ମଧ୍ୟପ୍ରଦେଶରୁ ଛତିଶଗଡ଼ ଡେଇଁ ଓଡ଼ିଶାକୁ ମାଡ଼ି ଆସିବାର ବି ସମ୍ଭାବନା ଦେଖାଦେଇଛି

ପଙ୍ଗପାଳର ମୁକାବିଲା ପାଇଁ ଛତିଶଗଡ଼ ସୀମାନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି; ତା’ସହ ବିଶେଷଜ୍ଞ କହିବା କଥା, ପଙ୍ଗପାଳ ଆସିଲେ ପ୍ରତିଷେଧମୂଳକ ଭାବେ ଫସଲ ଉପରେ ନିମ୍ବ ମଞ୍ଜିରେ ପ୍ରସ୍ତୁତ ଦ୍ରବଣକୁ ଏକର ପ୍ରତି ୨ଶହ ଲିଟର ହିସାବରେ ଉପରଓଳି ସିଞ୍ଚନ କରିବା ଉଚିତ; କ୍ଷେତରୁ ପଙ୍ଗପାଳକୁ ଟିଣ ବାଡେଇ ଘଉଡ଼ାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି; ପଙ୍ଗପାଳ ଦମନ ପାଇଁ ଏଯାଏଁ ନିର୍ଦ୍ଧିଷ୍ଟ ଔଷଧ ନଥିବାରୁ କେବଳ ସଜାଗ ରହିବାକୁ କୃଷି ବିଭାଗ ପରାମର୍ଶ ଦେଇଛି

LEAVE A REPLY

Please enter your comment!
Please enter your name here