ଗତ ଜାନୁଆରି ୫ ତାରିଖ ରାତିରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ)ରେ ଘଟିଥିବା ହିଂସାକାଣ୍ଡ ରେ ସାମିଲ ଥିବା ୩୭ ଜଣ ଅଭିଯୁକ୍ତ ଦିଲ୍ଲୀ ପୋଲିସ ଦ୍ୱାରା ଧରାପଡ଼ିଛନ୍ତି; ଏହି ୩୭ ଜଣ ଅଭିଯୁକ୍ତଙ୍କୁ ଏକ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ ଲିଙ୍କ୍‌ରୁ ଚିହ୍ନଟ କରାଯାଇଛି; ଜେଏନ୍‌ୟୁ ପରିସରରେ ହିଂସାକାଣ୍ଡ ଘଟିଥିବା ଦିନ ବାମପନ୍ଥୀ ଦଳ ବିରୋଧରେ ଏକ ହ୍ଵାଟସ୍‌ଆପ୍‌ ଗ୍ରୁପ୍‌କୁ ସୃଷ୍ଟି କରା ଯାଇଥିଲା; ଯାହାର ନାମ ‘ୟୁନିଟି ଏଗେନଷ୍ଟ ଲେଫ୍ଟ’ ରଖାଯାଥିଲେ; ଏହି ହ୍ଵାଟସ୍‌ଆପ୍‌ ଗ୍ରୁପ୍‌ରେ ସର୍ବମୋଟ ୬୦ ଜଣ ମେମ୍ବର ରହିଥିଲେ

ଏମାନଙ୍କ ମଧ୍ୟରୁ ୩୭ ଜଣ ମେମ୍ବର ଜେଏନ୍‌ୟୁ ପରିସରରେ ସଂଘଟିତ ହିଂସାକାଣ୍ଡରେ ଜଡିତ ଥିଲେ ବୋଲି ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଜାଣିବାକୁ ପାଇଥିଲା; ଏହି ଜରୁରୀ ସୂଚନା ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି

ଏହା ପୂର୍ବରୁ (ଏସ୍‌ଆଇଟି) ଟିମ ଜେଏନ୍‌ୟୁ ହିଂସାରେ ସଂପୃକ୍ତ ଥିବା ୯ ଜଣଙ୍କୁ ଚିହ୍ନଟ କରି ଫଟୋଚିତ୍ର ଦେଇଥିଲା; ଏଥିରେ ଜେଏନ୍‌ୟୁ ଛାତ୍ରସଂସଦର ସଭାପତି ଐଶୀ ଘୋଷଙ୍କର ଫଟୋ ମଧ୍ୟ ରହିଥିଲା

LEAVE A REPLY

Please enter your comment!
Please enter your name here