ଝାଡୁ ଗୋଟିଏ ଜରୁରୀ ସାମଗ୍ରୀ ଯାହା ଗୃହ ପାଇଁ ଉପଯୋଗୀ | ନିତ୍ୟ ଝାଡୁ ମାରି ଆମେ ଘରଦ୍ୱାରା ସଫା ରଖିଥାଉ | ଝାଡ଼ୁରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି | କିନ୍ତୁ ଝାଡୁ ମାରିସରିଲା ପରେ ଝାଡୁକୁ ଆମେ ଏଠିସେଠି ରଖିଥାଉ |  ଏହାକୁ ଅପମାନ କଲେ ମାତା ଲକ୍ଷ୍ମୀ ରୋଷ ହୋଇଥାନ୍ତି ଏବଂ ଗୃହରୁ ସୁଖ-ଶାନ୍ତି ଉଭେଇଯିବା ସହ ଅର୍ଥାଭାବ ଦେଖାଦିଏ | ତେବେ ଆସନ୍ତୁ ଜାଣିବା ଝାଡୁକୁ କିଭଳି ବ୍ୟବହାର କଲେ ଗୃହରେ ସୁଖ-ଶାନ୍ତି, ଧନଧାନ୍ୟ ପୂର୍ଣ୍ଣ ହୋଇରହିବା ସହ ମାତାଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ |
୧. ଝାଡ଼ୁକୁ ସର୍ବଦା ଲୁଚେଇକି ରଖନ୍ତୁ | ଯେପରି ସବୁବେଳେ ଗୃହର ସଦସ୍ୟ କିମ୍ବା ଘର ବାହାର ବ୍ୟକ୍ତିଙ୍କ ଆଖି ସାମ୍ନାରେ ନ ପଡେ |
୨. ଝାଡ଼ୁକୁ ସିଧା କିମ୍ବା ଓଲଟା ଭାବରେ ନ ରଖି ଶୁଆଇ ରଖନ୍ତୁ | କାନ୍ଥକୁ ଆଉଜେଇ କବାଟ ପଛପଟେ ରଖନ୍ତୁ ନାହିଁ | ଶୋଇବା ଖଟ ତଳେ ରଖନ୍ତୁ ନାହିଁ | ଏହା ଦ୍ୱାରା ନକରାତ୍ମକତା ସହ ରୋଗ ବୃଦ୍ଧି ହୋଇଥାଏ |
୩. ଝାଡ଼ୁକୁ ଗୋଡ଼ରେ ସ୍ପର୍ଶ କରନ୍ତୁ ନାହିଁ କିମ୍ବା ପାଦରେ ଆଡେଇ ଦିଅନ୍ତୁ ନାହିଁ | ଏହାଦ୍ୱାରା ମା’ ଲକ୍ଷ୍ମୀଙ୍କ ଅପମାନ ହୋଇଥାଏ |
୪. ରାତ୍ର କାଳରେ ଘର ଝାଡୁ ମାରନ୍ତୁ ନାହିଁ | ଏହାଦ୍ୱାରା ଅଯଥା ଧନକ୍ଷୟ ହୋଇଥାଏ |
୫. ବିନା ମୂଲ୍ୟରେ ଝାଡୁ କାହାକୁ ଦିଅନ୍ତୁ ନାହିଁ କିମ୍ବା ଝାଡୁ ଦାନ କରନ୍ତୁ ନାହିଁ | ଏହାଦ୍ୱାରା ଗୃହର ସଂଚିତ ଧନକୁ ବିନା କାରଣରେ ଦାନ ଦେବା ସଦୃଶ ହୋଇଥାଏ |
୬. ଝାଡୁକୁ କେବେ ଘର ବାହାରେ କିମ୍ବା ଛାତ ଉପରେ ରଖନ୍ତୁ ନାହିଁ | ଏହାଦ୍ୱାରା ଗୃହରେ ଅଚାନକ ଦୁର୍ଘଟଣା କିମ୍ବା ଚୋରି ଭୟ ଦେଖାଦିଏ |
୭. ଯଦି ଗୃହରେ ଅଚାନକ ଛୋଟ ପିଲା ଝାଡୁ ମାରିବା ଆରମ୍ଭ କରେ; ତେବେ ଗୃହକୁ ଅତିଥି ଆସିବାର ସୂଚନା ମିଳିପାରେ |
୮. ଯଦି ଗୃହର କୌଣସି ସଦସ୍ୟ ବାହାରକୁ ଜରୁରୀ କାର୍ଯ୍ୟ ଅଭିମୁଖେ ଯାଉଥାନ୍ତି; ତେବେ ସେଇ ସମୟରେ ଝାଡୁ ମାରିବା ଅନୁଚିତ | ଏହାଦ୍ୱାରା ମନସ୍ତ କାର୍ଯ୍ୟରେ ବାଧା-ବିଘ୍ନ ଆସିଥାଏ | ଗୃହର ସଦସ୍ୟ ଯିବାର ୧ ଘଣ୍ଟା ପରେ ଝାଡୁ ମାରିବା ଉଚିତ |
୯. ଖଟରେ କୌଣସି ବ୍ୟକ୍ତି ଶୋଇଥିବା ସମୟରେ ଖଟ ତଳେ ଝାଡୁ ମାରିବା ଅନୁଚିତ | ଏହାଦ୍ୱାରା ଉକ୍ତ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟହାନି ହୋଇଥାଏ |
୧୦. ଯଦି ସ୍ୱପ୍ନରେ କୌଣସି ବ୍ୟକ୍ତି ନୂଆ ଝାଡୁ ନେଇ ଛିଡା ହେବାର ଦେଖନ୍ତି ତେବେ ଏହା ହେଉଛି ସୌଭାଗ୍ୟ ବୃଦ୍ଧିର ପ୍ରତୀକ |

LEAVE A REPLY

Please enter your comment!
Please enter your name here