ବଲିଉଡ୍‌ର ପ୍ରସିଦ୍ଧ ଷ୍ଟାର୍‌ ସଲମାନ୍‌ ଖାନ୍‌ ଅଧିକ ରୋଜଗାର କରୁଥିବା ସେଲେବ୍ରେଟି ମାନଙ୍କ ମଧ୍ୟରୁ ଅନ୍ୟତମ; କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଯେ କେହି ଜାଣନ୍ତିନି ଯେ ବଲିଉଡ୍‌ର ଏହି ଷ୍ଟାର ଟଙ୍କା ଉଧାରରେ ଆଣିଛନ୍ତି; ପୁଣି ଉଧାରରେ ଆଣିଥିବା ଏହି ଟଙ୍କାକୁ ସେ ଉକ୍ତ ବ୍ୟକ୍ତିଙ୍କୁ ଏଯାଏଁ ଫେରାଇ ନାହାନ୍ତି
ଏକ ପ୍ରୋଗ୍ରାମରେ ସଲମାନ୍‌ ନିଜେ କହିଛନ୍ତି ଯେ ଜଣେ ସାଇକେଲ୍‌ ମେକାନିକ୍‌ଙ୍କ ନିକଟରୁ ସେ ୧ ଟଙ୍କା ୨୫ ପଇସା ଉଧାର ଆଣିଥିଲେ; ସେ କହିଛନ୍ତି ଯେ, “ଦିନେ ସେ ଘରୁ ବାହାରି ଆସିଥିଲା ବେଳେ ତାଙ୍କ ପାଖରେ ଟଙ୍କା ନଥିଲା, ତା’ପରେ ସେ କାକା (ସାଇକେଲ୍‌ ମେକାନିକ୍‌)ଙ୍କୁ ସାଇକେଲ୍‌ ଠିକ୍‌ କରିବାକୁ କହିଥିଲେ ଓ ପରେ ଟଙ୍କା ଦେଇ ଦେବେ ବୋଲି କହିଥିଲେ; କିନ୍ତୁ ଏହାଶୁଣି ସେ ତାଙ୍କୁ ଉତ୍ତର ଦେଇଥିଲେ ଯେ, ‘ଛୋଟ ବେଳେ ସେ ସାଇକେଲ୍‌ ଠିକ୍‌ କରିଥିଲେ ହେଲେ ଆଜି ପର୍ଯ୍ୟନ୍ତ ତା’ର ଟଙ୍କା ଦେଇନାହାନ୍ତି, ଆଜି ମଧ୍ୟ ତାଙ୍କର ୧ ଟଙ୍କା ୨୫ ପଇସା ଉଧାର ଅଛି’; କାକା ଙ୍କର ଏହି କଥା ଶୁଣି ତାଙ୍କୁ ବହୁତ ହସ ଲାଗିଥିଲା
ସଲମାନ୍‌ ମଧ୍ୟ କହିଛନ୍ତି ଯେ, ‘ସେ ଯେତେବେଳେ ସାଇକେଲ୍‌ ମେକାନିକ୍‌ଙ୍କ ଏହି ଉଧାର ଟଙ୍କା ଦେବାକୁ ଚେଷ୍ଟା କରିଥିଲେ, ଏହି ଟଙ୍କା ନେବାକୁ ସେ ମନା କରି ଦେଇଥିଲେ’
ସଲମାନ୍‌ ଏବେ ପ୍ରଭୁ ଦେବାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ରାଧେ: ଦ ମୋଷ୍ଟ୍‌ ୱାଣ୍ଟେଡ୍‌ ଭାଇର’ ଶୁଟିଂ କରୁଛନ୍ତି; ଫିଲ୍ମଟି ଚଳିତବର୍ଷ ଇଦ୍‌ରେ ରିଲିଜ ହେବାକୁ ଯାଉଛି; ତାଙ୍କ ସହ ଫିଲ୍ମରେ ଦିଶା ପଟାନି, ଜ୍ୟାକି ଶ୍ରଫ୍‌ ଓ ରଣଦୀପ ହୁଡା ଅଭିନୟ କରିଛନ୍ତି

LEAVE A REPLY

Please enter your comment!
Please enter your name here