ଠାକୁରଙ୍କୁ ସଠିକ ପୂଜା କରିବାର ବିଧି ଓ ନିୟମ ଅନୁକରଣ କଲେ ଆଶୀର୍ବାଦ ପ୍ରାପ୍ତ ହେବା ସହ ଗୃହର ଉନ୍ନତି ହୋଇପାରେ ସେହି ବିଷୟରେ ଆସନ୍ତୁ ଜାଣିବା

0
735

ପ୍ରତିଦିନ ଆମେ ଠାକୁରଙ୍କୁ ପୂଜା କରିଥାଉ; କିନ୍ତୁ ପୂଜା ଯେମିତି ସେମିତି ଫୁଲ, ଦୀପ, ଚନ୍ଦନ, ଧୂପ ଦେଇ ସବୁଦିନ କରିଥାଉ; କିନ୍ତୁ ସ୍ୱତନ୍ତ୍ର ବିଧି ଅନୁକରଣ କଲେ ଠାକୁରଙ୍କ ଆଶୀର୍ବାଦ ମିଳିବା ସହ ଗୃହର ଉନ୍ନତି ହୋଇପାରିବ; ଗୃହରେ ପୂଜା ପାଉଥିବା ଠାକୁର ଯେପରି ଗୃହର ମୁଖ୍ୟ ସଦସ୍ୟ ସେଇଭଳି ତାଙ୍କୁ ମାନିଲେ ଏବଂ ଭକ୍ତି କଲେ ଅଶେଷ କୃପା ପ୍ରାପ୍ତ ହୋଇଥାଏ; ପ୍ରତିଦିନ ମନ୍ଦିର ଯାଇ ସ୍ୱତନ୍ତ୍ର ପୂଜା ନ କରି ଘରେ ମଧ୍ୟ ଆମେ କିଛି ବିଧି ଅନୁକରଣ କଲେ ଠାକୁର ସନ୍ତୁଷ୍ଟ ହୋଇଥାନ୍ତି ଏବଂ ଆଶୀର୍ବାଦ କରିଥାନ୍ତି; ଆସନ୍ତୁ ଜାଣିବା କିଛି ସେହି ବିଧି ବିଷୟରେ
– ପ୍ରତିଦିନ ଠାକୁରଙ୍କୁ କେଶର ଚନ୍ଦନ, ଅଗୁରୁ ମିଶ୍ରିତ ଜଳ, ଗଙ୍ଗାଜଳରେ ସ୍ନାନ କରାନ୍ତୁ, ଖାସ କରି ଶୁକ୍ରବାର ଦିନ ସୁଗନ୍ଧିତ ଜଳ ଯେପରି ଅଗୁରୁ, ଗୋଲାପ ଜଳ, କେଶର ଚନ୍ଦନ ଜଳରେ ମିଶେଇ ସ୍ନାନ କରେଇଲେ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ
– ପ୍ରତିଦିନ ପ୍ରଥମେ କଳସକୁ ଶ୍ରୀ ଗଣେଶ ବୋଲି ମାନି ତାଙ୍କୁ ପୂଜା କରି ତାପରେ ଅନ୍ୟ ଠାକୁରଙ୍କୁ ପୂଜା କରିବା ଉଚିତ
– ପ୍ରତିଦିନ ମାନସ ପୂଜା ଯେପରି ମନ ଭିତରେ ଦୁଇ ଭ୍ରୂଲତା ମଝିରେ କପାଳରେ ଠାକୁରଙ୍କ ପ୍ରତିମା ଆଙ୍କି ତାଙ୍କୁ ଫୁଲ ଅର୍ପଣ କରି ଦୀପ ଜାଳି ପୂଜା କଲେ ଅଶେଷ କୃପା ମିଳିଥାଏ
– ଯେପରି ଗୁରୁଜନ ଥିବା ସମୟରେ ଜୋର ପାଟି କରି କଥା କହିବା ଅଶୋଭନୀୟ ବୋଲି କୁହାଯାଏ; ଠିକ ସେଇଭଳି ନିଜ ମନୋକାମନା ଧୀର ସ୍ୱରରେ କହିଲେ ଠାକୁର ସନ୍ତୁଷ୍ଟ ହୋଇଥାନ୍ତି;
– କିଛି ମନ୍ତ୍ର ଯେପରି ହନୁମାନ ଚାଳିସାକୁ ଛାଡ଼ି ଅନ୍ୟ ପ୍ରାୟ ମନ୍ତ୍ର ଧୀର ସ୍ୱରରେ ବା ନୀରବରେ ମନରେ ଡାକି ଜପିଲେ ଆଶୀର୍ବାଦ ମିଳିଥାଏ; ମନ୍ତ୍ର ଜପିବା ସମୟରେ ଝୁଲି ଝୁଲି ନ ଜପି ସିଧା ହୋଇ ପଦ୍ମାସନରେ ବସି ଜପିବା ବିଧେୟ; ମନ୍ତ୍ର ଜପିବା ସମୟରେ ମୁଣ୍ଡରେ ଓଢଣୀ ପକେଇ ଜପିବା ଆବଶ୍ୟକ
– ପ୍ରତିଦିନ ନୈବେଦ୍ୟ ଅର୍ପଣ କରିବା ଉଚିତ କିନ୍ତୁ ସ୍ୱତନ୍ତ୍ର ପୂଜାପାର୍ବଣରେ ସୁମିଷ୍ଟ ଭୋଜନ, ଫଳମୂଳ, ମିଷ୍ଟIନ, ଖିରି, ପିଠାପଣା ଇତ୍ୟାଦି କରି ନୈବେଦ୍ୟ ରୂପରେ ଅର୍ପଣ କଲେ ଠାକୁର ସନ୍ତୁଷ୍ଟ ହୋଇଥାନ୍ତି
– ଯଦି ଘରର ସବୁ ସଦସ୍ୟଙ୍କୁ ବାହାରକୁ କେବେ ଯିବାକୁ ପଡେ ତେବେ ଗୃହରେ ପୂଜା ପାଉଥିବା ଠାକୁରଙ୍କ ଅନୁମତି ନେଇ ମୁଣ୍ଡିଆ ମାରି ତାଙ୍କ ଆଶୀର୍ବାଦ ଭିକ୍ଷା କରି ଯିବା ବିଧେୟ
– ପ୍ରତିଦିନ ସନ୍ଧ୍ୟା ସମୟରେ କର୍ପୂର ଜଳେଇ ଠାକୁରଙ୍କୁ ଆଳତି କରିବା ସହ ଝୁଣାଧୂପ ଦେଲେ ଗୃହର ନକାରାତ୍ମକତା ହ୍ରାସ ପାଇଥାଏ ଏବଂ ଈଶ୍ୱରଙ୍କ କୃପା ମିଳିଥାଏ
– ଠାକୁରଙ୍କୁ ସ୍ନାନ ସମୟରେ ଏବଂ ନୈବେଦ୍ୟ ଅର୍ପଣ ସମୟରେ ତର୍ଜନୀ ଆଙ୍ଗୁଳି ବ୍ୟବହାର କରନ୍ତୁ ନାହିଁ

LEAVE A REPLY

Please enter your comment!
Please enter your name here