ତୁଳା – ଏହି ରାଶିର ତିନୋଟି ନକ୍ଷତ୍ର ଥାଏ ଯଥା ସ୍ୱାତୀ, ବିଶାଖା ଓ ଚିତ୍ରା
ନାମର ପ୍ରଥମ ଅକ୍ଷର ରୁ, ରେ, ରୋ, ତା ହୋଇଥିଲେ ଏହା ସ୍ୱାତୀ ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ତି, ତୁ, ତେ ହୋଇଥିଲେ ଏହା ବିଶାଖା ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ରା, ରି ହୋଇଥିଲେ ଏହା ଚିତ୍ରା ନକ୍ଷତ୍ର ହୋଇଥାଏ
ଶୁଭ ରଙ୍ଗ – ଧଳା, ଶୁଭ ବାର – ଶୁକ୍ରବାର ଓ ଶନିବାର, ଘାତବାର – ଗୁରୁବାର
ତୁଳା ରାଶିର ବ୍ୟକ୍ତି ଆତ୍ମବିଶ୍ଵାସୀ, ବାକପଟୁ, କର୍ମଠ, ତୀକ୍ଷ୍ଣ ବୁଦ୍ଧି, ସାହସୀ, କ୍ରୋଧୀ, ପରୋପକାରୀ, ଦୟାଳୁ, ଗୁରୁଭକ୍ତ, ବସ୍ତ୍ରଭୂଷଣଃ ପ୍ରିୟ ହୋଇଥାନ୍ତି; ଏମାନେ ମଧ୍ୟ ଅଳସୁଆ, ଜିଦଖୋର, ଈର୍ଷାଳୁ, ଆତ୍ମଗର୍ବୀ, ଧୂର୍ତ୍ତ ପ୍ରକୃତିର ହୋଇଥାନ୍ତି
ବିଛା – ଏହି ରାଶିର ତିନୋଟି ନକ୍ଷତ୍ର ଥାଏ; ଯଥା ବିଶାଖା, ଜ୍ୟେଷ୍ଠା ଓ ଅନୁରାଧା
ନାମର ପ୍ରଥମ ଅକ୍ଷର ତୋ ହୋଇଥିଲେ ଏହା ବିଶାଖା ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ନ, ଯା, ଯୁ ହୋଇଥିଲେ ଏହା ଜ୍ୟେଷ୍ଠା ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ନା, ନି, ନୁ, ନେ ହୋଇଥିଲେ ଏହା ଅନୁରାଧା ନକ୍ଷତ୍ର ହୋଇଥାଏ
ଶୁଭ ରଙ୍ଗ – ଲାଲ, ଶୁଭ ବାର – ରବିବାର ଓ ମଙ୍ଗଳବାର , ଘାତବାର – ଶୁକ୍ରବାର
ବିଛା ରାଶିର ବ୍ୟକ୍ତି ସାହସୀ, କର୍ତ୍ତବ୍ୟବାନ, ପରୋପକାରୀ, ଏକବୁଝା, କାର୍ଯ୍ୟତତ୍ପର, ସ୍ପଷ୍ଟବାଦୀ ହୋଇଥାନ୍ତି; ଏମାନେ କିନ୍ତୁ କୌଣସି ନୀତି ନିୟମ କୁ ମାନି ନଥାନ୍ତି ବରଂ ସମୀକ୍ଷା କରି କାର୍ଯ୍ୟ କରିବାକୁ ଭଲ ପାଇଥାନ୍ତି

LEAVE A REPLY

Please enter your comment!
Please enter your name here