ଥରେ ଜନ୍ମ ଦେଇ ଦୁନିଆକୁ ଆଣିଥିଲେ ପୁଅକୁ ଆଉ ଥରେ କିଡନୀ ଦେଇ ପୂନର୍ଜନ୍ମ ଦେଲେ ମା’ , ମୃତ୍ୟୁ ସଯ୍ୟାରୁ ଫେରିଲା ଜୀବନ ।

0
795

୨୨ ବର୍ଷର ପୁଅ ବାସବେନ୍ଦ୍ର ବାପା ବଳରାମ ରାଉତ ମାତା ଜୟନ୍ତୀ ରାଉତ ଘର ରାଜନଗର । ପୁଅର ଦୁଇଟି କିଡନୀ ଖରାପ ହେଇଯିବା ପରେ ପୁଅ ମୃତ୍ୟୁ ସହ ସଂଗ୍ରାମ କରୁଥିଲା ଏହି ସମୟରେ ମାଆ ଜୟନ୍ତୀ ରାଉତ ନିଜ କିଡନୀ ଦେଇ ପୁଅକୁ ପୁନର୍ଜନ୍ମ ଦେଇଛନ୍ତି ।

ବାପା ମାଆଙ୍କ ଏକମାତ୍ର ପୁଅ ବାସବେନ୍ଦ୍ର ବି-ଟେକ୍ ସାରିବା ପରେ ଏକ କମ୍ପାନୀ ରେ ଚାକିରୀ କରିବା ପାଇଁ ନିଯୁକ୍ତି ପାଇଥିଲେ । ମାତ୍ର ବିଧୀର ବିଧାନ ଥିଲା କିଛି ଭିନ୍ନ । ଚାକିରୀ କୁ ଯିବା ପୂର୍ବରୁ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ ବାସବେନ୍ଦ୍ର । ନିଶ୍ୱାସ ନେବାରେ ଜନ୍ତ୍ରଣା ହେବାରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପରୀକ୍ଷା ନିରିକ୍ଷାରୁ ଜଣା ପଡ଼ିଲା ଯେ ତାର ଦୁଇଟା କିଡନୀ ନଷ୍ଟ ହୋଇଯାଇଛି । ଏହା ଶୁଣିବା ପରେ ଯେମିତି ପରିବାର ଉପରେ ବଜ୍ର ପଡ଼ି ଯାଇଥିଲା ।

କିଡନୀ ପ୍ରତିରୋପଣ ନିହାତି ଆବଶ୍ୟକ ବୋଲି ଡାକ୍ତର କହିଥିଲେ । ଦୀର୍ଘ ଆଠ ମାସ ଧରି ଡାଇଲିସିସ୍ ହବା ପରେ ମାଆ ଓ ପୁଅଙ୍କ ରକ୍ତ ଗ୍ରପ୍ ଏକା ହେଇଥିବାରୁ ମାଆ ନିଜର ଗୋଟିଏ କିଡନୀ ଦେଇଥିଲେ ।

କଳିଙ୍ଗ ହସପିଟାଲରେ କିଡନୀ ଟ୍ରନ୍ସପ୍ଲାଣ୍ଟ୍ ଡାକ୍ତର ବିଶ୍ବଜିତ୍ ନନ୍ଦ କରିଥିଲେ ।

ଟ୍ରାନ୍ସପ୍ଲାଣ୍ଟ୍ ରେ ୧୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ବାପା ବଳରାମ ରାଉତ ଜମି ବିକି କରିଛନ୍ତି । ଆଉ ମାସକୁ ଔଷଧ ବାବଦରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଛି ତେଣୁକରି ବାପା ତାଙ୍କର ସର୍ବଶ୍ବ ବିକି ଦବା ପରେ ସରକାର ଙ୍କୁ ସାହାଯ୍ୟ ର ହାତ ବଢେଇବାକୁ ଗୁହାରୀ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here