ଦଶମହାବିଦ୍ୟା ହେଉଛନ୍ତି କିଛି ସ୍ୱରୂପ ଯାହା ଦେବୀ ଅମ୍ବା, କିଛି ଦେବୀ ସତୀ ବା ପାର୍ବତୀ ଏବଂ କିଛି ରାଜା ଦକ୍ଷଙ୍କ ଅନ୍ୟ କନ୍ୟାଙ୍କ ସହ ଜଡିତ ବୋଲି ପୁରାଣରେ ଆଖ୍ୟା ଦିଆଯାଇଛି | ଦଶମହାବିଦ୍ୟାଙ୍କ ନିମ୍ନଲିଖିତ ନାମ ଗୁଡିକୁ ଉଲ୍ଲେଖ କରାଗଲା |

୧. କାଳୀ – ଏହି ସ୍ୱରୂପ ହେଉଛି ଭଗବାନ ଶଙ୍କରଙ୍କ ପତ୍ନୀ | ରକ୍ତବୀଜକୁ ବଧ ପାଇଁ ଏହି ରୂପ ଧାରଣ କରିଥିଲେ |

୨. ତାରା – ଏହି ସ୍ୱରୂପ ହେଉଛି ରାଜା ଦକ୍ଷଙ୍କ ଏକ ଅନ୍ୟ କନ୍ୟା ଏବଂ ମାତା ଶୈଳପୁତ୍ରୀଙ୍କ ଭଗିନୀ | ତାରା ଦେବୀଙ୍କୁ ହିନ୍ଦୁ, ବୌଦ୍ଧଧର୍ମାବଲମ୍ବୀ, ଜୈନ ଧର୍ମାବଲମ୍ବୀ ଆରାଧନା କରନ୍ତି | ତାନ୍ତ୍ରିକ ମାନଙ୍କର ପ୍ରମୁଖ ଆରାଧ୍ୟ ଦେବୀ ହେଉଛନ୍ତି ମା’ ତାରା |

୩. ଛିନ୍ନମସ୍ତା – ଏହି ସ୍ୱରୂପ ହେଉଛି ମା’ ପାର୍ବତୀଙ୍କର | ମା’ ଏହି ରୂପରେ ତାଙ୍କ ସହଚରୀଣି ଜୟା ଓ ବିଜୟା କ୍ଷୁଧାର୍ତ୍ତ ଥିବାରୁ ନିଜ ମସ୍ତକ କାଟି  ରକ୍ତର ୩ ଧାର ପାନ କରିବା ପାଇଁ ଦେଇଥିଲେ |

୪. ତ୍ରିପୁରାସୁନ୍ଦରୀ – ଏହି ସ୍ୱରୂପ ହେଉଛି ମା’ ଅମ୍ବାଙ୍କର | ଏହି ସ୍ୱରୂପରେ ମା’ ଚାରି ଭୁଜା ଓ ତ୍ରିନେତ୍ରରେ ଦର୍ଶନ ଦେଇଥାନ୍ତି |

୫. ଭୁବନେଶ୍ୱରୀ – ଚଉଦ ଭୁବନର ଅଧିକାରିଣୀ ମା’ ଭୁବନେଶ୍ୱରୀ କାଳୀ ଓ ମାତା ଲକ୍ଷ୍ମୀନ୍କ ସ୍ୱରୂପ | ଏହି ରୂପରେ ମା’ ଜଗତର ପାଳନ କାରିଣୀ ନାମରେ ଖ୍ୟାତ | ଏହି ସ୍ୱରୂପରେ ମା’ ଦୁର୍ଗମ ନାମକ ଏକ ରାକ୍ଷସର ବଧ କରି ସIକମ୍ବରୀ ଓ ଦୁର୍ଗା ରୂପରେ ଆବିର୍ଭାବ ହୋଇଥିଲେ |

୬. ତ୍ରିପୁରଭୈରବୀ – ଏହି ସ୍ୱରୂପ ହେଉଛି ମା’ କାଳୀଙ୍କ ସ୍ୱରୂପ ଏବଂ ତିନି ଲୋକ (ପୃଥିବୀ, ଆକାଶ, ପାତାଳ) ସହ ଜଡିତ | ମା’ ଚାରିଭୁଜା ଓ ତ୍ରିନେତ୍ରରେ ଦର୍ଶନ ଦେଇଥାନ୍ତି |

୭. ଧୂମାବତୀ – ଏହି ସ୍ୱରୂପ ହେଉଛି ମା’ ପାର୍ବତୀଙ୍କର | ମା’ କ୍ଷୁଧାର୍ତ୍ତ ଥିବା ସମୟରେ ଶିବଙ୍କୁ ଖାଦ୍ୟ ପାଇଁ ଇଛାପ୍ରକଟ କରିଥିଲେ | କିନ୍ତୁ ଶିବ ବିଳମ୍ବ କରିବାରୁ କ୍ରୋଧାନ୍ଵିତ୍ୱ ହୋଇ ମା’ ଶିବଙ୍କୁ

ଗିଳିଦେଇଥିଲେ | ତେଣୁ ମା’ଙ୍କ ଶରୀର ଧୂମ୍ର ବର୍ଣ୍ଣ ହୋଇଥିବାରୁ ଶିବ ଧୂମାବତୀ ନାମରେ ନାମିତ କରିଥିଲେ |

୮. ବଗଳାମୁଖୀ – ବଗଳାମୁଖୀ ଅର୍ଥ ବକ ମୁଖୀ | ମା’ ଏହି ସ୍ୱରୂପରେ ସମୁଦ୍ର ମଧ୍ୟରେ ଏକ ମଣିମୟ ଦ୍ୱୀପରେ ଅମୁଲ୍ୟ ରତ୍ନ ସିଂହାସନରେ ବିରାଜମାନ କରିଥାନ୍ତି | ଦେବୀ ତ୍ରିନେତ୍ରୀ ସହ ମସ୍ତକରେ ଅର୍ଦ୍ଧ ଚନ୍ଦ୍ର ଧାରଣ କରିଥାନ୍ତି | ଶରୀର ବର୍ଣ୍ଣ ହଳଦିଆ ସହ ହଳଦିଆ ବସ୍ତ୍ର, ହଳଦିଆ ଫୁଲ ମାଳ ଧାରଣ କରିଥାନ୍ତି | ମା’ଙ୍କର ଅନ୍ୟ ଆଭୁଷଣ ହଳଦିଆ ରଙ୍ଗ ସହ ଅମୁଲ୍ୟ ରତ୍ନ ପିନ୍ଧିଥାନ୍ତି | ମା’ ଏହି ରୂପରେ ଅଲୌକିକ ଶକ୍ତିର ଅଧିକାରିଣୀ ସହ ଶତ୍ରୁଙ୍କୁ ବିନାଶ କରି ଭକ୍ତଙ୍କୁ ଅଭୟ ପ୍ରଦାନ କରନ୍ତି |

୯. ମାତଙ୍ଗୀ – ମା’ ଙ୍କର ଏହି ସ୍ୱରୂପ ହନୁମାନଙ୍କର ଗୁରୁ ମତଙ୍ଗ ମୁନିଙ୍କର କନ୍ୟା ବୋଲି ପୁରାଣରେ ଉଲ୍ଲେଖ ରହିଛି | ଏହି ସ୍ୱରୂପରେ ବନର ପଶୁ, ପକ୍ଷୀ, ଶିକାର ସହ ଜଡିତ ଥାନ୍ତି | ତେଣୁ ବନବାସୀ, ଆଦିବାସୀ ଜନଜାତି ମାନଙ୍କର ଆଦ୍ୟପୂଜ୍ୟ ହୋଇଥାନ୍ତି | କାଳକ୍ରମେ ବୌଦ୍ଧ ଧର୍ମାବଲମ୍ବୀମାନେ ମାତାଗିରି ନାମରେ ଆରାଧନା କରୁଛନ୍ତି |

୧୦. କମଳା – ଏହି ସ୍ୱରୂପ ମାତା ଲକ୍ଷ୍ମୀଙ୍କ ସ୍ୱରୂପ | କୁବେରଙ୍କ ସହ ଏହି ମାତାଙ୍କୁ ପୂଜା କରାଯାଏ | ଏହି ରୂପରେ ମା’ ଧନ, ବୈଭବ ପ୍ରଦାନ କରିଥାନ୍ତି | ଦୀପାବଳି ଦିନ ମା’ କାଳୀ ଓ କମଳାଙ୍କୁ ପୂଜା କରାଯାଏ |

ପ୍ରବୁର୍ତି ଅନୁଯାୟୀ ଦଶମହାବିଦ୍ୟାଙ୍କ ତିନି ପ୍ରକାର ସମୂହ ରହିଛି | ସୌମ୍ୟକୋଟି (ତ୍ରିପୁରସୁନ୍ଦରୀ, ଭୁବନେଶ୍ୱରୀ, ମାତଙ୍ଗୀ ଓ କମଳା), ଉଗ୍ରକୋଟି (କାଳୀ, ଛିନ୍ନମସ୍ତା, ବଗଳାମୁଖୀ ଓ ଧୂମାବତୀ) ଓ ସୌମ୍ୟ-ଉଗ୍ର କୋଟି (ତାରା ଓ ତ୍ରିପୁର ଭୈରବୀ )

LEAVE A REPLY

Please enter your comment!
Please enter your name here