ବଲିଉଡ୍‌ର ପପୁଲାର ମ୍ୟୁଜିକ୍‌ ଡିରେକଟର ବିଶାଲ ଦଦଲାନୀ ନିଜ ଇନ୍ସଟାଗ୍ରାମ ଆକାଉଣ୍ଟରେ ଭିଡିଓ ଅପ୍ଲୋଡ କରି କହିଛନ୍ତି ଯେ ସେ ଗୋଟିଏ ଦିନରେ କିପରି ୪୦ରୁ ଅଧିକ ସିଗାରେଟ୍‌ ଟାଣୁଥିଲେ ଓ ତା ପାଇଁ ସେ କିପରି କଷ୍ଟ ଭୋଗୁଥିଲେ, ସେ ବିଷୟରେ ମଧ୍ୟ କହିଛନ୍ତି

ସେ କ୍ୟାପ୍‌ସନ ଲେଖିଛନ୍ତି ଯେ ‘୨୦୧୯ ଅଗଷ୍ଟ ମାସର ଶେଷ ଦିନ ସେ ସିଗାରେଟ୍‌ ପିଇବା ଛାଡ଼ିଥିଲେ, ୯ ବର୍ଷ ପଯ୍ୟର୍ନ୍ତ ଗୋଟିଏ ଦିନରେ ୪୦ରୁ ଅଧିକ ସିଗାରେଟ୍‌ ପିଉଥିଲେ,ଏହାସହିତ କନ୍‌ସର୍ଟ ଏବଂ ରେକର୍ଡିଂ ସମୟରେ ୧ ବର୍ଷ ପଯ୍ୟର୍ନ୍ତ ଭାପିଂ ନେବା ଦ୍ୱାରା ତାଙ୍କ ଗଳାରେ କ୍ଷତି ହୋଇଥିଲା, ଯାହାଫଳରେ ତାଙ୍କ ଭଏସ ନଷ୍ଟ ହେବାରେ ଲାଗିଥିଲା, ସେ ଏକଥା କାହାକୁ ଜଣାଇ ନ ଥିଲେ, କିନ୍ତୁ ଭିତରେ ଭିତରେ ସଂଘର୍ଷ କରୁଥିଲେ, ଧୀରେ ଧୀରେ ଗୀତ ଗାଇବା ବି ତାଙ୍କ ପାଇଁ ଅସମ୍ଭବ ହୋଇଯାଇଥିଲା, ବିଗତ ୨ ବର୍ଷରେ ଯାହା ବି ସେ ଗାଈଛନ୍ତି, କୌଣସିଥିରେ ସେ ସେତେ ୧୦୦ ପ୍ରତିଶତ ଭଲ ଗାଈ ନଥିଲେ, କିନ୍ତୁ ଏବେ ୬ ମାସ ହେବ ସ୍ମୋକିଂ ଛାଡ଼ିବା ପରେ ତାଙ୍କ ଭଏସ୍‌ ପୂର୍ବଭଳି ହେବାରେ ଲାଗିଛି, ତାଙ୍କ କଣ୍ଠ ପୁଣି ଫେରିଆସିଛି, ସେ ପୁଣିଥରେ ଭଲ ଗାଇପାରୁଥିବାରୁ ଖୁସି ଅଛନ୍ତି, ଏହା ସହ ସେ କହିଛନ୍ତି ଯେ ଯଦି କେହି ସିଗାରେଟ୍‌ ପିଉଛନ୍ତି, ଏବେ ଏହାକୁ ଛାଡ଼ି ଦିଅନ୍ତୁ’

ଏହି ପୋଷ୍ଟ ସହିତ ବିଶାଲ ନିଜ କଣ୍ଠରେ ‘କିନ୍ନା ସୋଣା’ ଗୀତ ଗାଇଛନ୍ତି ଓ ଭିଡିଓଟିକୁ ଇନ୍ସଟାଗ୍ରାମରେ ଶେୟାର କରିଛନ୍ତି, ଯାହା ଖୁବ ଭାଇରଲ ହେବାରେ ଲାଗିଛି ଓ ଫ୍ୟାନମାନଙ୍କ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି

LEAVE A REPLY

Please enter your comment!
Please enter your name here