ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଟେଲି ସିରିଏଲ ‘ପବିତ୍ର ରିସ୍ତା’ରୁ କ୍ୟାରିଏର ଆରମ୍ଭ କରିଥିଲେ; ପରେ ଫିଲ୍ମ ‘କାଇ ପୋ ଚେ’ ଦ୍ୱାରା ବୋଲିଉଡ଼ରେ ଏଣ୍ଟ୍ରି କରିଥିଲେ; ଏହାପରେ ମହେନ୍ଦ୍ର ସିଂ ଧୋନୀଙ୍କ ବାୟୋପିକ୍‌ କରି ଦର୍ଶକଙ୍କ ମନରେ ସ୍ବତନ୍ତ୍ର ଛାପ ଛାଡ଼ିଥିଲେ; କ୍ୟାରିୟର ଠିକ୍‌ ଠାକ୍‌ ଚାଲିଥିବା ବେଳେ ହଠାତ୍‌ ଆତ୍ମହତ୍ୟା ନିଷ୍ପତି କଣ ପାଇଁ ନେଇଥିଲେ ତାହା ପୋଲିସ ନେଇ ତଦନ୍ତ ଆରମ୍ଭ କରିଛି

ପୋଲିସର ତଦନ୍ତ ପରେ ଜଣାପଡିଛି ଯେ ଉକ୍ତ ଦିନ ସୁଶାନ୍ତ ଗୋଟିଏ ଥର ନୁହେଁ ବରଂ ଦୁଇଥର ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ; ପ୍ରଥମ ଚେଷ୍ଟାରେ ସେ ସଫଳ ହୋଇ ନ ଥିଲେ କିନ୍ତୁ ଦ୍ୱିତୀୟ ଥରରେ ସେ ମୃତ୍ୟୁବରଣ କରିଥିଲେ; ଏପରି କହିବା ପଛରେ କାରଣ ମଧ୍ୟ ରହିଛି

ସୁଶାନ୍ତ ଆତ୍ମହତ୍ୟା କରିଥିବା କୋଠରୀରେ ବାଥରୋବ୍‌ (ଗାଧୋଇବା ପୋଷାକ)ର କିଛି ଖଣ୍ଡ ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା; ପରିପାର୍ଶ୍ଵିକ ଅବସ୍ଥାରୁ ପୋଲିସ କହିଛି ଯେ ସେ ପ୍ରଥମେ ବାଥରୋବ୍‌ ଜରିଆରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ; କିନ୍ତୁ ତାହା ଛିଣ୍ଡିଯିବାରୁ ସେ ଦ୍ୱିତୀୟ ଥର ପାଇଁ କୁର୍ତ୍ତା ବ୍ୟବହାର କରି ଆତ୍ମହତ୍ୟା ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି

ପୋଲିସ କହିବା ଅନୁସାରେ ସୁଶାନ୍ତଙ୍କ କୋଠରୀରେ ଲୁଗାପଟା ଖେଳାଇ ହୋଇ ପଡ଼ିଥିଲା; ତେଣୁ ସେ ପ୍ରଥମ ବାଥରୋବ୍‌ ଛିଡ଼ିଯିବା ପରେ ଆଲମାରୀରେ ଥିବା କପଡ଼ା ଖୋଜିଥିଲେ; ପରେ ସବୁଜ ରଙ୍ଗର କୁର୍ତ୍ତା ସାହାଯ୍ୟରେ ଆତ୍ମହତ୍ୟା କରିଥିଲେ; ପୋଲିସ ଘରେ ପହଞ୍ଚିବା ସମୟରେ ତାଙ୍କ ଭଉଣୀ ଏବଂ ଅନ୍ୟ ଲୋକମାନେ ତାଙ୍କ ପୋଷାକକୁ କାଟି ଉଦ୍ଧାର କରିଥିଲେ; ପୋଲିସ ଉକ୍ତ କୁର୍ତ୍ତାକୁ ଫରେନ୍‌ସିକ୍‌ ଲ୍ୟାବ୍‌କୁ ପଠାଇଛି; ଏହାଦ୍ୱାରା ପୋଷାକ ତାଙ୍କର ଓଜନ ସମ୍ଭାଳିବାକୁ ସକ୍ଷମ ଥିଲା ନା ନାହିଁ ତାହା ଯାଞ୍ଚ ହେବ ବୋଲି ପୋଲିସ ତରଫରୁ ସୂଚନା ଦିଅଯାଇଛି

LEAVE A REPLY

Please enter your comment!
Please enter your name here