ଏମିତି ଏକ ଗିଟାର ବିଷୟରେ କୁହାଯାଉଛି, ଯାହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ନିଶ୍ଚୟ ହୋଇଯିବେ; ଏହି ଗୀଟାରର ଦାମ ୪୫ କୋଟି

ଏହି ଗିଟାର ଏତେ ମହଙ୍ଗା ହେବାର କାରଣ ଏହି ଗିଟାରଟି ହେଉଛି ଆମେରୀକୀୟ ଗାୟକ ତଥା ଦୁନିଆର ପ୍ରସିଦ୍ଧ ଗିଟାର ବାଦକ କୁର୍ଟ କୋବେନଙ୍କର; ୧୯୯୪ ମସିହା ଅପ୍ରେଲ ୫ ତାରିଖରେ କୋବେନଙ୍କ ମୃତ୍ୟୁ ପରେ ଗିଟାରଟିକୁ ନିଲାମ କରାଯାଇଥିଲା ଯାହାର ମୂଲ୍ୟ ପାଖାପାଖି ୬ ଲକ୍ଷ ଡଲାର ଅର୍ଥାତ୍ ୪୫ କୋଟି ଟଙ୍କାରେ ନିଲାମ ହୋଇଥିଲାKurt Cobain's 1959 Martin D-18E Acoustic Electric Guitar ...ମାର୍ଟିନ ଡି-୧୮ଇ ଅକୁଷ୍ଟିକ ମଡେଲବିଶିଷ୍ଟ ଏହି ଗିଟାରଟିର ନିଲାମ ପ୍ରକ୍ରିୟା ୧୦ ଲକ୍ଷ ଡଲାର ଅର୍ଥାତ୍ ୭ କୋଟି ୫୬ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିଲା, ଯାହାକି ଶେଷରେ ୪୫ କୋଟି ୩୮ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା; ଏଥିସହିତ ଗିଟାରଟି ଦୁନିଆର ସବୁଠୁ ଦାମୀ ଗିଟାରର ମାନ୍ୟତା ପାଇଥିଲା; ଗିଟାରଟିକୁ ଅଷ୍ଟ୍ରେଲିଆର ରୋଡ୍ସ ମାଇକ୍ରୋଫୋନ କମ୍ପାନିର ମାଲିକ ପିଟର ଫ୍ରିଡମେନ କିଣିଥିଲେ

ମୃତ୍ୟୁର ପାଞ୍ଚ ମାସ ପୂର୍ବରୁ ଅର୍ଥାତ୍ ୧୮ ନଭେମ୍ବର ୧୯୯୩ ରେ କୋବେନ ଏମଟିଭିର ଏକ ଲାଇଭ୍ ପ୍ରୋଗ୍ରାମରେ ଏହି ଗିଟାର ସହିତ ଶୋ’ କରିଥିଲେ;ତାଙ୍କର ଏହି ଭିଡିଓ ଏବେ ବି ୟୁଟ୍ୟୁବରେ ଉପଲବ୍ଧ ଅଛି; ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୩୦ କୋଟିରୁ ଅଧିକ ଲୋକ ଦେଖିସାରିଲେଣି

ସାରା ବିଶ୍ଵରେ ଏହି ମଡେଲର ମାତ୍ର ୩୨୦ଟି ଗିଟାର ରହିଛି; କୋବେନ ଏହି ଗିଟାରକୁ ପାଞ୍ଚ ଡଲାରରେ କିଣିଥିଲେ; ସେ ବାମ ହାତରେ ଗିଟାର ବଜାଉଥିଲେ; ଏଣୁ ଗିଟାର କିଣିବା ପରେ ସେ ନିଜର ସୁବିଧା ହେଲା ଭଳି ସେଥିରେ କିଛି ପରିବର୍ତ୍ତନ କରିଥିଲେ; ଏହି ପରିବର୍ତ୍ତନ ହିଁ ଗିଟାରଟିକୁ ଲୋକପ୍ରିୟ କରିଥିଲା

LEAVE A REPLY

Please enter your comment!
Please enter your name here