ଲକ୍ଷ ଲକ୍ଷ ଟଙ୍କାର ଚାକିରୀ ଛାଡ଼ି ବିଜେପି ନେତାଙ୍କ ଝିଅ ଦେଶ ସେବା ପାଇଁ ସେନାରେ ଯୋଗ ଦେଇଛନ୍ତି । ତାଙ୍କ ମନ ପ୍ରାଣରେ ଦେଶ ସେବା ବସି ଯାଇଛି । ଏମିତି ବହୁତ କମ୍ ମିଳେ ଦେଖିବାକୁ କାରଣ ଆମ ଦେଶରେ ଯିଏ ଥରେ ମନ୍ତ୍ରୀ ହେଇଗଲା ତାଙ୍କ ସନ୍ତାନ ମାନେ କେବେ ସେନାରେ ଭର୍ତ୍ତି ହବାକୁ ମନ ବଳାନ୍ତିନି । କିନ୍ତୁ ଏ ଦୁଃସାହସିକ କାମ କରିଛନ୍ତି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ଙ୍କ ଝିଅ ଶ୍ରେୟାସୀ । ଶ୍ରୀଯୁକ୍ତ ରମେଶ ବିଜେପି ର ନେତା । ତାଙ୍କ ଝିଅ ଶ୍ରେୟାସୀ ଙ୍କ ଚାକିରୀ ଖବର ସେ ନିଜେ ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ ରୁ ଟ୍ବିଟ୍ କରି କହିଛନ୍ତି ।

ସେ ଲେଖିଛନ୍ତି: ଆଜି ମୋ ପାଇଁ ଅତ୍ୟନ୍ତ ଆନନ୍ଦମୟ ଦିନ କାରଣ ଆଜି ମୋ ଝିଅ ଶ୍ରେୟାସୀ ବିଧିବଦ୍ଧ ଭାବରେ ଆର୍ମି ମେଡିକାଲ୍ ସରଭିସ୍ ରେ MOBC224 କୋର୍ସ୍ କୁ ସଫଳତା ପୂର୍ବକ ପୂରଣ କରଛି । ବୀର ଭୂମି ଉତ୍ତରାଖଣ୍ଡ ଯେଉଁଠି ପ୍ରତ୍ୟେକ ପରିବାରରଙ ଜଣେ ସଦସ୍ୟ ସେନାରେ ଭର୍ତ୍ତି ହୋଇ ଦେଶର ସେବା କରିଥାଏ । ମୁଁ ଖୁସି ଯେ ମୋ ଝିଅ ଏହି ପରମ୍ପରାକୁ ଜୀବିତ ରଖିବାରେ ଯୋଗଦାନ କରିଛି ।

ଶ୍ରେୟାସୀ ହିମାଳୟନ୍ ମିଡିକଲ୍ କଲେଜ୍ ଜୋଲିଗ୍ରାଣ୍ଟ୍ ରୁ ଏମବିବିଏସ ପାଠ ପଢ଼ା ଶେଷ କରିଥିଲେ । ତାପରେ ତାଙ୍କୁ ବିଦେଶରୁ ଏକ ନାମି କମ୍ପାନୀ ରୁ ଲକ୍ଷାଧିକ ଟଙ୍କାର ଜବ୍ ଅଫର୍ ମିଳିଥିଲା ହେଲେ ସେ ତାଙ୍କ ସ୍ବପ୍ନ ପୁରା କରିବାକୁ ଯାଇ ଶ୍ରେୟାସୀ ସେ ଚାକିରୀ ଛାଡି ଦେଇ ଆର୍ମି ଜୟନ୍ କଲେ । ତାଙ୍କର ପିଲାଦିନରୁ ଆର୍ମି ରେ ଚାକିରୀ କରିବାକୁ ଏକ ସ୍ବପ୍ନ ଥିଲା ଯାହା ବାସ୍ତବରେ ପରିଣତ ହୋଇଛି ।

LEAVE A REPLY

Please enter your comment!
Please enter your name here