୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରର ମୋଦି ସରକାର ଦେଶବାସୀଙ୍କୁ ବଡ଼ ଉପହାର ଦବାକୁ ଆଗ୍ରହ କରିଛନ୍ତି । ସରକାର ସମସ୍ତ ରାସନ କାର୍ଡ ଧାରକଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନାର ଲାଭ ଉଠେଇବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ବ୍ୟତୀତ ସମସ୍ତ ରାସନକାର୍ଡ୍ ଧାରକଙ୍କୁ ଫ୍ରି ରେ ଏଲପିଜି କନେକ୍ସନ୍ ଦେବେ ।

ସୂତ୍ରରୁ ପ୍ରକାଶ ଯେ ଏହି ସପ୍ତାହରେ ଏହା ଘୋଷଣା କରାଯାଇ ପରେ । ଯୋଜନା ଅନୁସାରେ ଯେଉଁମାନେ ପ୍ରକୃତରେ ଏହି ଯୋଜନା ପାଇବାର ଉପଯୁକ୍ତ ସେମାନଙ୍କୁ ଫ୍ରି ରେ କନେକ୍ସନ୍ ଦିଆଯିବ ଆଉ ଯେଉଁମାନଙ୍କ ପାଖରେ ରାସନ କାର୍ଡ ଆଉ ଆଧାର କାର୍ଡ ଅଛି ସେମାନଙ୍କୁ ପ୍ରମାଣ ଦବାକୁ ପଡ଼ିବ ଯେ ସେମାନେ ଗରିବ ।
ଦେଶର ୯.୨୭ କୋଟି ରାସନ କାର୍ଡ୍ ଧାରକ ( ହାଉସ୍ ହୋଲ୍ଡ୍ ) । ନୂଆ ନିୟମ ଅନୁସାରେ ଏକ କୋଟିରୁ ଅଧିକ ଲୋକ ଯୋଜନାର ଲାଭ ନେଇ ପାରିବେ ।
ସରକାର ସ୍ଵଛ ଇନ୍ଧନକୁ ବଢ଼ାବା ଦବାର ନିତି ଅନୁଯାୟୀ ୨୦୧୬ ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳ ଯୋଜନା ଆରମ୍ଭ କରିଥିଲେ ।
ପ୍ରଥମରୁ ସାମାଜିକ-ଆର୍ଥିକ ଜାତି ଜନଗଣନା ୨୦୧୧ ଅନୁଯାୟୀ ଗରିବ ରେଖାର ସୀମା ତଳେ ( ବିପିଏଲ) ଥିବା ଲୋକମାନଙ୍କୁ ଏଥିରେ ଯୋଡ଼ି ହାବାର ନିୟମ ଥିଲା । ଏହି ଯୋଜନା ସଫଳ ହବା ଦେଖି କେନ୍ଦ୍ର ସରକାର ଏହାକୁ ସଂଶୋଧନ କରିବାର ନିର୍ଣ୍ଣୟ ନେଇଛି । ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ପାଇଁ ଏହି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here