ଆମ ଦେଶରେ ପୁରୁଷ ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ ଦେଶ ସୁରକ୍ଷା କଥା ଆସିଲେ ସମସ୍ତେ ଆଗକୁ ଆସିଯାଆନ୍ତି ଦେଶ ସୁରକ୍ଷା କରିବା ପାଂଇ ।
ଆମ ଦେଶ ଏବଂ ଦେଶବାସୀଙ୍କ ସୁରକ୍ଷା ପାଇଁ ଅହରହ ଶତ୍ରୁ ଦେଶ ସହତ ଲଢେଇ କରୁଥିବା ଭାରତର ବୀର ଯବାନଙ୍କ ବଳିଦାନ ଯେତେ ବି ପ୍ରଶଂସା କଲେ ମଧ୍ୟ କମ୍ ପଡିବ । ଖରାଦିନରେ ଡହଡହ ତତଲା ଖରାରେ ସୀମାରେ ରହି ତ ଆଉ କେତେବେଳେ ବରଫ ଅଞ୍ଚଳରେ ରହି ମାଇନସ ଡିଗ୍ରୀରେ ଯବାନମାନେ ଦେଶସେବା ସଂପୃକ୍ତ ଥାଆନ୍ତି । ଦେଶ ପାଇଁ ବେଳେବେଳେ ଏହି ଯବାନ୍ ଙ୍କ ଜୀବନ ମଧ୍ୟ ଚାଲିଯାଏ କିନ୍ତୁ ଜୀବନକୁ ଖାତିର ନକରି ଭାରତମାତାର ରକ୍ଷାକୁ ଏହି ବୀର ମାନେ ସବୁକିଛି ଭାବନିଅନ୍ତି । ଲେଫ୍ଟିନାଣ୍ଟ୍ କିରଣ ଶିଖାୱତ୍ ମଧ୍ୟ ଜଣେ ବୀର ଓ ଦକ୍ଷ ମହିଳ ଯବାନ୍ ଥିଲେ । ସେ ନିଜ କର୍ତ୍ତବ୍ୟ ପୂରଣ କରୁକରୁ ଦେଶ ପାଇଁ ଜୀବନ ହାରିଥିଲେ । ଦୁଇ ହଜାର ପନ୍ଦର ମସିହାରେ କିରଣ ସାଧାରଣତନ୍ତ୍ର ଦିବସ ଅବସରରେ ରାଜପଥଠାରେ ନୌସେନାର ମହିଳା କ୍ୟାଡରର ନେତୃତ୍ୱ ନେଇ ରାଜସ୍ଥାନ ରାଜ୍ୟର ନାଁକୁ ଗର୍ବିତ କରାଇଥିଲେ । ଯେ ୨୪ ମାର୍ଚ୍ଚ ୨୦୧୫ ରେ ଗୋଆ ଡାର୍ନିୟଲ୍ ରେ ହୋଇଥିବା ଏକ ବିମାନ ଦୂର୍ଘଟଣାରେ ସହିଦ୍ ହୋଇଯାଇଥିଲେ ।
ଏହାକୁ କେବଳ ଜଣେ ସାହସୀ ଝିଅର ଦୁର୍ଭାଗ୍ୟ ହିଁ କହିବାକୁ ପଡିବ ଯେ ସହିଦ୍ ହେବାର ଅନେକ ଦିନ ବିତି ଯାଇଥିବା ପରେ ମଧ୍ୟ  ତାଙ୍କ ପରିବାରକୁ  ଅନୁକମ୍ପାମୂଳକ ସହାୟତା ରାଶି ମିଳିପାରିଲା ନାହିଁ । ସହିଦ୍ ହେବା ପରେ ସରକାରଙ୍କ ତରଫରୁ ପରିବାରକୁ ଅନୁକମ୍ପା ଯୋଗାଇଦେବା କଥା କୁହାଯାଇଥିଲା । କିନ୍ତୁ ପରିବାର ଲୋକେ ଏବେ ବି ସରକାରଙ୍କ ଅନୁକମ୍ପାକୁ ଚାହିଁରହିଛନ୍ତି । ସହିଦ ମହିଳା ଯବାନ କିରଣଙ୍କ ଗାଁ କୁରଥଲାରେ ତାଭ୍କ ସ୍ପରଣାର୍ଥେର୍ ଏକ ମହାବିଦ୍ୟାଳୟ ତାଂକ ନାମରେ ପ୍ରସ୍ତୁତ କରିବା କଥା ମୁଖ୍ୟମନ୍ତ୍ରୀ କହିଥିଲେ, ତାହା ଏ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ । ତେବେ କିରଣଙ୍କ ସ୍ୱାମୀ ବିବେକ୍ ସିଂହ ଛୋକର ମଧ୍ୟ ନୌସେନାରେ ଲେଫ୍ଟିନାଣ୍ଟ୍ ପଦରେ ରହିଛନ୍ତି । ବହୁତ ଶୀଘ୍ର ମହାବିଦ୍ୟାଳୟ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଜୟ ହିନ୍ଦ୍, ଆମ ଦେଶରେ କେବଳ ପୁରୁଷ ନୁହେ ନାରୀ ମଧ୍ୟ ଯୁଦ୍ଧରେ ପଛଘୁଂଚା ଦିଅନ୍ତିନି ।

LEAVE A REPLY

Please enter your comment!
Please enter your name here