୧. ପତି-ପତ୍ନୀ ବିଚ୍ଛେଦ କିମ୍ବା ମନୋମାଳିନ୍ୟ ଦେଖାଗଲେ ପତି-ପତ୍ନୀ ସାଙ୍ଗ ହୋଇ ରୋଷେଇ  ଘରେ ଏକାଠି ଭୋଜନ କରନ୍ତୁ | ମଙ୍ଗଳବାର ଓ ଶନିବାର ଉଭୟ ମିଶି ସୁନ୍ଦରାକାଣ୍ଡ ଓ ହନୁମାନ ଚାଳିଶା ପାଠ କରନ୍ତୁ | ପ୍ରତି ଶୁକ୍ରବାର ଦିନ ଶୟନ କକ୍ଷରେ ସୁଗନ୍ଧିତ ଧୁପବତି ଓ ଅତର ବ୍ୟବହାର କରନ୍ତୁ | ନିଜେ ପତି-ପତ୍ନୀଦ୍ୱୟ ମଧ୍ୟ ଅତର ବ୍ୟବହାର କରନ୍ତୁ |

୨. ପ୍ରତିଦିନ ପଂଚଦେବତାଙ୍କୁ ପୂଜା କଲେ ପଞ୍ଚତତ୍ତ୍ୱର ଉନ୍ନତି ହୋଇଥାଏ | ପଂଚଦେବତା ହେଉଛନ୍ତି ସୂର୍ଯ୍ୟ, ଗଣେଶ, ବିଷ୍ଣୁ ଓ ଦୁର୍ଗା | ପ୍ରତିଦିନ ଏମାନଙ୍କର ମନ୍ତ୍ର ଜପ କରି ପୂଜା କରନ୍ତୁ | ଏପରି କଲେ ଉର୍ଜା ପ୍ରାପ୍ତି ହୁଏ, ଦୀର୍ଘଦିନ ଧରି ଲାଗି ରହିଥିବା ରୋଗର ବିନାଶ ହୁଏ ଏବଂ ଜୀବନରେ ସଫଳତା ପ୍ରାପ୍ତି ହୁଏ |

୩. ପ୍ରତିଦିନ ସକାଳୁ ଉଠି ସୂର୍ଯ୍ୟକିରଣ ରେ ଖାଲି ପାଦରେ ଘାସରେ କାକରରେ ମହାମୃତ୍ୟୁଞ୍ଜୟ ଜପ କରି ଚାଲନ୍ତୁ | ଏହିପରି କରିବା ଦ୍ୱାରା ଶରୀରର ପଞ୍ଚତତ୍ତ୍ୱ ରେ ସମନ୍ୱୟ ରହିବ ଦ୍ୱାରା ଶରୀରର ବହୁ ପୁରାତନ ରୋଗର ବିନାଶ ହୁଏ |

୪. ଛୋଟ ପିଲା ଦୁଷ୍ଟ ହେଉଥିଲେ ମା ନିଜ ମଥାର ଲଗାଉଥିବା ସିନ୍ଦୁର ନେଇ ଛୁଆ ମଥାରେ ଲଗେଇଲେ ପିଲାଙ୍କର ଦୁଷ୍ଟାମୀ ଟିକେ କମିଥାଏ |

LEAVE A REPLY

Please enter your comment!
Please enter your name here