ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟୋରି ଶୁଣେଇବୁ ଯାହା ପଢ଼ିଲା ପରେ ଆପଣ ଦୁନିଆକୁ ଏକ ଅଲଗା ନଜରରେ ଦେଖିବାକୁ ଲାଗିବେ । ଏ ଷ୍ଟୋରି ହେଉଛି ବାଙ୍ଗାଲୋରର ଏକ ଧନୀ ଘର ପୁଅ ଦେବାଶିଷ ଆଉ ଗରିବ କୃଷକ ଘରର ଝିଅ ନିକିତା ର ।  ଦେବାଶିଷ କୁ ପ୍ରଥମ ଦେଖାରେ ହିଁ ପ୍ରେମ ହେଇଯାଇଥିଲା । ଝିଅ ଦେଖିବାକୁ ବହୁତ ସୁନ୍ଦର ଥିଲା । ଦେବାଶିଷ ଝିଅ କୁ ଦେଖିଲା ପରେ ନିଜ ହୃଦୟ ଦେଇ ବସିଥିଲା କିନ୍ତୁ ନିକିତାକୁ ପାଇବା ଏତେ ସହଜ ନଥିଲା ଦେବାଶିଷ ପାଇଁ ।

ଦିନେ ଦେବାଶିଷ ବାହାହବାକୁ ଡାଇରେକ୍ଟ କହିଲା ନିକିତାକୁ ହେଲେ ନିକିତା କିଛି ସମୟ ଚିନ୍ତା କରି ଦେବାଶିଷକୁ ମନା କରି ଦେଇଥିଲା ।  ଝିଅ ଏହି କଥା ଭାବି ମନା କରିଥିଲା ଯେ ସେ ବହୁତ ଗରିବ ଘରର ଝିଅ ଆଉ ତା ପାଇଁ ଏତେ ବଡ଼ ଘରର ପୁଅକୁ ବାହା ହବା ବୋଧେ ଠିକ୍ ହବନି । କିନ୍ତୁ ଏତିକିରେ ଦେବାଶିଷ ହାର୍ ମିଳିନଥିଲା ସେ ଯାଇ ନିଜ ବାପା ମାଆଙ୍କୁ ଏକଥା କହିଲା ବାପା ମାଆ ପ୍ରଥମେ ରାଜି ନଥିଲେ କିନ୍ତୁ ଦେବାଶିଷ ର ଖୁସି ପାଇଁ ସେମାନେ ଝିଅ ଘର ସହ କଥା ହୋଇ ବାହାଘର ଫିକ୍ସ୍ କରିଦେଲେ ।

ବାହାଘରର କିଛି ଦିନ ପର୍ଯ୍ୟନ୍ତ ସବୁ ଠିକଠାକ୍ ଚାଲୁଥିଲା । କିଛିଦିନ ପରେ ଝିଅକୁ ଚର୍ମ ରୋଗ (ସ୍କିନ୍ ଡିଜିଜ୍) ହେଇଗଲା । କିଛି ଦିନ ମଧ୍ୟରେ ସେ ଅସୁନ୍ଦର ହବାକୁ ଲାଗିଲା ଯାହାର ପ୍ରଭାବରେ ସେ ନିଜେ ଭିତରୁ ଭାଙ୍ଗି ପଡୁଥିଲା । ଝିଅ ଚର୍ମରୋଗ ରୁ ବାହାରିବା ପାଇଁ ଯଥା ସମ୍ଭବ ପ୍ରୟାସ କଲା କିନ୍ତୁ ସବୁ ପ୍ରକାରର ପ୍ରୟାସ ଫେଲ୍ ମାରିଲା । ନିକିତା ଏବେ ପ୍ରତି ମୁହୂର୍ତ୍ତରେ ଡରୁଥିଲା କାରଣ ସେ ଭାବୁଥିଲା କେବଳ ତାର ସୁନ୍ଦରତାର ପ୍ରଭାବରେ ହିଁ ଦେବାଶିଷ ତାକୁ ବାହା ହେଇଛି ଯଦି ଏହି ସୁନ୍ଦରତା ରହିବନି ତାହେଲେ ଦେବାଶିଷ ତାକୁ ଘରୁ ବାହାର କରିଦବ ।

ଦିନେ ଦେବାଶିଷର ରୋଡ଼ ଆକ୍ସିଡେଣ୍ଟ୍ ହୋଇଗଲା ଆଉ ସେହି ଆକ୍ସିଡେଣ୍ଟ୍ ରେ ଦେବାଶିଷର ଆଖିର ଦେଖିବା ଶକ୍ତି ନଷ୍ଟ ହୋଇଗଲା । ଏବେ ଦୁଇଜଣଙ୍କ ଜୀବନ ସାଧାରଣ ଭାବେ ଚାଲୁଥିଲା କିନ୍ତୁ ଦିନକୁ ଦିନ ନିକିତା ଅସୁନ୍ଦର ସହିତ ଦୁର୍ବଳ ବି ହେଇ ଆସୁଥିଲା । ଦେବାଶିଷ ବହୁତ ଚେଷ୍ଟା କରି ବି ନିକିତାର ରୋଗକୁ ଠିକ୍ କରେଇ ପାରୁ ନଥିଲା । ନିକିତାର ଅସୁନ୍ଦରତା ଦେଖି ପାରୁ ନଥିଲା ଦେବାଶିଷ । ନିକିତା ନିଜ ଅନ୍ଧ ସ୍ବାମୀ ର ଯତ୍ନ ବି ଠିକ୍ ସେ ନେଉଥିଲା । ଦୁଇଜଣ ବେସ୍ ଖୁସିରେ ଚଳୁଥିଲେ । ନିକିତାର ଅସୁନ୍ଦରତା କିଛି ଫରକ ପଡୁ ନଥିଲା ଦେବାଶିଷ ଉପରେ ସେ ଆଗ ଭଳି ଭଲପାଉଥିଲା ନିକିତାକୁ ।

କିଛି ବର୍ଷ ପରେ ଝିଅର ରୋଗ ଏତେ ବଢ଼ିଗଲା ଯେ ତାର ମୃତ୍ୟୁ ହୋଇଗଲା । ଝିଅ ର ମୃତ୍ୟୁ ପରେ ଦେବାଶିଷ ବହୁତ ଦୁଖୀ ହୋଇଗଲା ତାକୁ ସହରଟା ବିଷ ପରି ଲାଗିଲା । ସେ ସହର ଛାଡ଼ି ଯିବାକୁ ନିଷ୍ପତ୍ତି ନେଲା । ସେହି ସମୟରେ ଜଣେ ପଡୋଶୀ ଆସି ସାନ୍ତ୍ଵନା ଦେଇ କହିଲା ଏବେ ତ ତୁମେ ପୁରା ଏକା ହେଇଗଲ । କେମିତି କାଟିବ ତୁମର ଏ ଅନ୍ଧକାର ଜୀବନ ଏକା ଏକା ? କଥାର ଉତ୍ତରରେ ଦେବାଶିଷ କହିଲା ମୁଁ କେବେ ବି ଅନ୍ଧ ନଥିଲି ନା ଆଜି ଅଛି । ମୁଁ ଖାଲି ଅନ୍ଧ ହବାର ନାଟକ ଏଥିପାଇଁ କରୁଥିଲି ଯେ ମୋ ସ୍ତ୍ରୀ କୁ ନଲାଗୁ କି ତାର ଅସୁନ୍ଦରତା ଯୋଗୁ ମୁଁ ଆଉ ତାକୁ ଆଗଭଳି ଭଲପାଉନି ! ମୋ ସ୍ତ୍ରୀ ର ଖୁସି ପାଇଁ ମତେ ଅନ୍ଧ ହବାର ନାଟକ କରିବାକୁ ପଡିଲା କିଛି ବର୍ଷ ପାଇଁ । ମୁଁ ଆଜି ବି ତାକୁ ବହୁତ ଭଲପାଏ । ପ୍ରେମ କେବଳ ସୁନ୍ଦର ଚେହେରାକୁ କରାଯାଏନି ପ୍ରେମ ତ ଆପେ ଆପେ ସୁନ୍ଦର ହେଇଯାଏ ସମ୍ପର୍କରେ ସମ୍ମାନ ରହିଲେ । ଏତିକି କହି ଦେବାଶିଷ ସେ ସହର ଛାଡି ଦେଲା ।

ଏ କାହାଣୀରୁ ଆମକୁ ଶିକ୍ଷା ମିଳିଲା ଯେ ପ୍ରେମ ଚେହେରାକୁ ନେଇ ହୁଏନି ପ୍ରେମ ତ ହୃଦୟ ଦେଖି ହେଇଯାଏ । ଯଦି ତୁମେ କାହାକୁ ଭଲ ପାଉଛ ତାହେଲେ ତା ହାତ କେବେ କୌଣସି ପରିସ୍ଥିତିରେ ଛାଡିବନି । ଭଲ ପାଇଛ ଯଦି ଜୀବନର ଶେଷ ନିଶ୍ୱାସ ଯାଏ ସାଥ୍ ଦବ । କାହାଣୀ ଯଦି ଭଲ ଲାଗିଛି ଗୋଟିଏ ସେୟାର ନିଶ୍ଚିତ କରିବ ବନ୍ଧୁ ଓ ବାନ୍ଧବୀ ।

LEAVE A REPLY

Please enter your comment!
Please enter your name here