ଧନୁ
ଧନୁ ରାଶିର ତିନୋଟି ନକ୍ଷତ୍ର ଥାଏ ଯଥା ମୂଳା, ପୂର୍ବାଷାଢା ଓ ଉତ୍ତରାଷାଢ଼ା
ନାମର ପ୍ରଥମ ଅକ୍ଷର ଯେ, ଜୋ, ଭା, ଭି ହୋଇଥିଲେ ଏହା ମୂଳା ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ଭୂ, ଧ, ଫା, ଢ ହୋଇଥିଲେ ଏହା ପୂର୍ବାଷାଢା ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ଭେ ହୋଇଥିଲେ ଏହା ଉତ୍ତରାଷାଢ଼ା ନକ୍ଷତ୍ର ହୋଇଥାଏ
ଶୁଭ ରଙ୍ଗ – ହଳଦିଆ, ଶୁଭ ବାର – ରବିବାର, ମଙ୍ଗଳବାର ଓ ଗୁରୁବାର, ଘାତବାର – ଶୁକ୍ରବାର
ଧନୁ ରାଶିର ବ୍ୟକ୍ତି ଆଦର୍ଶବାଦୀ, ସରଳ, ବସ୍ତ୍ରଭୂଷଣଃ ପ୍ରିୟ, କଠୋରପରିଶ୍ରମୀ, ଚତୁର, ବୁଦ୍ଧିମାନ, ଉଚ୍ଚାଭିଳାଷୀ, ସାହସୀ, ଦୟାଳୁ, ତର୍କରେ ନିପୁଣ ପ୍ରକୃତିର ହୋଇଥାନ୍ତି; କିନ୍ତୁ ଏମାନଙ୍କ ପାଖେ ଏକାଗ୍ରତାର ଅଭାବ, ଅସଙ୍ଗତ କଥା କହିଥାନ୍ତି
ମକର
ମକର ରାଶିର ୪ଟି ନକ୍ଷତ୍ର ଥାଏ; ଯଥା ଉତ୍ତରାଷାଢ଼ା, ପୂର୍ବାଷାଢା, ଶ୍ରବଣା, ଧନିଷ୍ଠା
ନାମର ପ୍ରଥମ ଅକ୍ଷର ଭୋ, ଜା, ଜି ହୋଇଥିଲେ ଏହା ଉତ୍ତରାଷାଢା ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ଜୁ, ଜେ, ଜୋ, ଖା ହୋଇଥିଲେ ଏହା ପୂର୍ବାଷାଢା ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ଖୁ, ଖେ, ଖୋ ହୋଇଥିଲେ ଏହା ଶ୍ରବଣା ନକ୍ଷତ୍ର ହୋଇଥାଏ
ନାମର ପ୍ରଥମ ଅକ୍ଷର ଗା, ଗୀ ହୋଇଥିଲେ ଏହା ଧନିଷ୍ଠା ନକ୍ଷତ୍ର ହୋଇଥାଏ
ଶୁଭରଙ୍ଗ – ନୀଳ, କଳା ଓ ଆକାଶୀ, ଶୁଭବାର – ଶୁକ୍ରବାର ଓ ଶନିବାର, ଘାତବାର – ମଙ୍ଗଳବାର
ମକର ରାଶିର ବ୍ୟକ୍ତି ପ୍ରଶାସକ, କଷ୍ଟସହିଷ୍ଣୁ, ନୀତିବାନ, ସ୍ପଷ୍ଟବାଦୀ, ବସ୍ତ୍ରଭୂଷଣଃ ପ୍ରିୟ, ସାହସୀ, ଜିଦଖୋର, କୃତଜ୍ଞ, ଦୟାଳୁ, କଠୋର ପରିଶ୍ରମୀ, ଗମ୍ଭୀର ପ୍ରକୃତିର ହୋଇଥାନ୍ତି; କିନ୍ତୁ ଏମାନେ କ୍ଷଣକୋପୀ ହୋଇଥିବାରୁ ବେଳେ ବେଳେ ନିଜ ଗୋଡ଼ରେ କୁରାଢ଼ୀ ମାରିଥାନ୍ତି

LEAVE A REPLY

Please enter your comment!
Please enter your name here